ଶପଥ ନେଲେ କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି

କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିବରାଲ ପାର୍ଟି ନେତା ମାର୍କ କାର୍ନି ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସହ ଶୁଳ୍କ ଯୁଦ୍ଧ ଚାଲିଥିବା ବେଳେ ମାର୍କ କାର୍ନି ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି।

canada

ଓଟାଓ୍ବା: କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିବରାଲ ପାର୍ଟି ନେତା ମାର୍କ କାର୍ନି ଶୁକ୍ରବାର (ମାର୍ଚ୍ଚ ୧୪, ୨୦୨୫) ଶପଥ ଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସହ ଶୁଳ୍କ ଯୁଦ୍ଧ ଚାଲିଥିବା ବେଳେ ମାର୍କ କାର୍ନି ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଇସ୍ତଫା ଦେଇଥିବା ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନରେ କାର୍ନି ଦାୟିତ୍ୱ ଗ୍ରହଣ କରିଛନ୍ତି।

ବ୍ୟାଙ୍କ ଅଫ୍ କାନାଡା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ମୁଖ୍ୟ କାର୍ନି ଏବେ ଆମେରିକା ଓ ଭାରତ ସହ ସମ୍ପର୍କ ରେ ସୁଧାର ଆଣିବା ଏବଂ ଅର୍ଥନୈତିକ ସ୍ଥିରତା ସୁନିଶ୍ଚିତ କରିବା ଆଦି ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର ଇସ୍ପାତ ଏବଂ ଆଲୁମିନିୟମ ଉପରେ ୨୫% ଶୁଳ୍କ ଲଗାଇଛନ୍ତି । ଏପ୍ରିଲ ୨ରୁ ଟ୍ରମ୍ପ କାନାଡାର ସମସ୍ତ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଏପରିକି କାନାଡାକୁ ଆମେରିକାର ୫୧ତମ ରାଜ୍ୟ କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । କାର୍ନିଙ୍କ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବା ଆମେରିକା ସହ ସମ୍ପର୍କକୁ ସୁଧାରିବା ଓ ଟ୍ରମ୍ପଙ୍କୁ ଶାନ୍ତ କରିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe