ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବା ଲାଗି ଏପ୍ରିଲ୍ ୧୯ ତାରିଖରୁ ଦିଲ୍ଲୀରେ ଜାରି ହୋଇଥିବା ‘ଲକ୍ଡାଉନ୍’ ବଳବତ୍ତର ରହିବ ବୋଲି କହିବା ସହ କେତେକ କଟକଣା କୋହଳ କରାଯିବ ବୋଲି ଶନିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି।
ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଆଧାରରେ ସ୍ଥାନୀୟ ବଜାର ସବୁ ଖୋଲି ପାରିବ ବୋଲି ସେ କହିଛନ୍ତି। ମଲ୍ ସବୁ ବି ଖୋଲି ବ୍ୟବସାୟ ଚଳାଇ ପାରିବେ କିନ୍ତୁ, ସେମାନଙ୍କ ପାଇଁ ମଧ୍ୟ ଯୁଗ୍ମ ଅଯୁଗ୍ମ ଗାଇଡ୍ଲାଇନ୍ ପ୍ରଯୁଜ୍ୟ ହେବ। ସେହିଭଳି ଦୂରଛଡ଼ା ହୋଇ ରହିଥିବା ଦୋକାନ ସବୁ ଦୈନିକ ଖୋଲି ପାରିବ ବୋଲି ସେ କହିଛନ୍ତି।
Image Courtesy of NDTVମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଆହୁରି ମଧ୍ୟ କହିଛନ୍ତି ଯେ, ୫୦% କର୍ମଚାରୀଙ୍କୁ ନେଇ ଘରୋଇ ଅଫିସ ସବୁ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ। ସରକାରୀ ଅଫିସ୍ ସବୁ ୧୦୦% ‘ଗ୍ରୁପ୍ ଏ’ ଏବଂ ୫୦% ‘ଗ୍ରୁପ୍ ବି’ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟ କରିପାରିବେ।
Image Courtesy of Zee Newsଏହା ବ୍ୟତିରେକେ, ସାମର୍ଥ୍ୟର ୫୦% ଯାତ୍ରୀଙ୍କୁ ନେଇ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।
ମହାମାରୀର ସମ୍ଭାବ୍ୟ ତୃତୀୟ ପ୍ରବାହ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କହିଲେ ଯେ, କୋଭିଡ୍-୧୯ର ପରବର୍ତ୍ତୀ ପ୍ରବାହର ମୁକାବିଲା ନିମନ୍ତେ ଦିଲ୍ଲୀ ପ୍ରସ୍ତୁତ ଅଛି। କୋଭିଡ୍-୧୯ ତୃତୀୟ ପ୍ରବାହ ମୁକାବିଲା ନିମନ୍ତେ ୪୨୦ ଟନ୍ ଅମ୍ଳଜାନ ଷ୍ଟୋରେଜ୍ କ୍ୟାପାସିଟି ପ୍ରସ୍ତୁତି ହେଉଛି। ତୃତୀୟ ପ୍ରବାହରେ ପିଲାମାନେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଥିବାରୁ ‘ପେଡିଆଟ୍ରିକ୍ ଟାସ୍କ୍ ଫୋର୍ସ’ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
Follow Us