ଏଣିକି ବିବାହ ନିମନ୍ତ୍ରଣ କାର୍ଡ଼ରେ ଲେଖିବାକୁ ପଡିବ ବର-କନ୍ୟାଙ୍କ ଜନ୍ମତାରିଖ, ସରକାର ଜାରି କଲେ ନୂଆ ନିୟମ

Advertisment
ଏଣିକି ବିବାହ ନିମନ୍ତ୍ରଣ କାର୍ଡ଼ରେ ଲେଖିବାକୁ ପଡିବ ବର-କନ୍ୟାଙ୍କ ଜନ୍ମତାରିଖ, ସରକାର ଜାରି କଲେ ନୂଆ ନିୟମ

photo-saral marraige

ଜୟପୁର: ଏଣିକି ବିବାହ କରୁଥିଲେ ନିମନ୍ତ୍ରଣ କାର୍ଡରେ ଉଭୟ ବର-କନ୍ୟାଙ୍କ ଜନ୍ମ ତାରିଖ ଉଲ୍ଲେଖ କରିବାକୁ ପଡିବ | ତେବେ ଏଭଳି ଏକ ପଦକ୍ଷେପ ଓଡ଼ିଶାରେ ନୁହେଁ ବରଂ ରାଜସ୍ଥାନରେ ନିଆଯାଇଛି | ବାଲ୍ୟ ବିବାହକୁ ରୋକିବା ପାଇଁ ରାଜସ୍ଥାନ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନୂତନ ଆଦେଶ ଅନୁଯାୟୀ, ବର୍ତ୍ତମାନ ଉଭୟ ବର ଏବଂ କନ୍ୟାଙ୍କ ଜନ୍ମ ତାରିଖ ବିବାହ କାର୍ଡରେ ଛପା ହେବା ଆବଶ୍ୟକ। ନିମନ୍ତ୍ରଣ କାର୍ଡ ସାମ୍ନାରେ ସ୍ପଷ୍ଟ ଭାବେ ଉଭୟଙ୍କ ଜନ୍ମ ତାରିଖ ଲେଖାଯିବାକୁ ବାଧ୍ୟତାମୂଳକ କରାଯାଇଛି |

ରାଜ୍ୟରେ ବାଲ୍ୟ ବିବାହକୁ ରୋକିବା ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ବର ଏବଂ କନ୍ୟାଙ୍କର ଜନ୍ମ ତାରିଖ ବିବାହ କାର୍ଡରେ ଛପାଯିବ ଏବଂ ଏଥିପାଇଁ ଦମ୍ପତିଙ୍କ ଜନ୍ମ ପ୍ରମାଣପତ୍ରର ଏକ କପି ପ୍ରିଣ୍ଟିଂ ପ୍ରେସକୁ ଦିଆଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ନିୟମ ହେବା ଦ୍ୱାରା ବାଲ୍ୟ ବିବାହକୁ ରୋକାଯାଇପାରିବ |

ବିବାହ କାର୍ଡରେ ଜନ୍ମତାରିଖ ଲେଖିବା ଦ୍ୱାରା ଯେ କୌଣସି ବ୍ୟକ୍ତି ସହଜରେ ଶିଶୁ ସୁରକ୍ଷା ସମିତି ବା ପୁଲିସକୁ ବିବାହ ହେଉଥିଲେ ଜଣାଇପାରିବେ | ସେହିପରି ବାଲ୍ୟ ବିବାହ କିଭଳି ଏକ ଅପରାଧ ହୋଇଥାଏ ଓ ଏହା ବିରୋଧରେ କେଉଁ ସବୁ ଦଣ୍ଡ ଭୋଗିବାକୁ ପଡିଥାଏ, ସେନେଇ ବିସ୍ତୃତ ଭାବେ ଲୋକଙ୍କୁ କୁହାଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe