ମଙ୍ଗଳସୂତ୍ର-ସିନ୍ଦୂର ନେଇ ଆସିଲେ, ଶ୍ରେଣୀ ଗୃହରେ ବିବାହ କଲେ

Advertisment
ମଙ୍ଗଳସୂତ୍ର-ସିନ୍ଦୂର ନେଇ ଆସିଲେ, ଶ୍ରେଣୀ ଗୃହରେ ବିବାହ କଲେ

photo-the hindu

ନୂଆଦିଲ୍ଲୀ: ମଙ୍ଗଳସୂତ୍ର ଓ ସିନ୍ଦୁର ନେଇ ଛାତ୍ର ଆସିଲେ, ଆଉ ଶ୍ରେଣୀ ଗୃହରେ ଛାତ୍ରୀ ତଥା ନିଜ ପ୍ରେମିକାଙ୍କୁ ବିବାହ କଲେ | ଶ୍ରେଣୀ ଗୃହରେ ନାବାଳକ-ନାବାଳିକା ବିବାହ କରିବାର ଘଟଣା ସାମ୍ନାକୁ ଆସିଛି। ଶ୍ରେଣୀଗୃହରେ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଜାମହେନ୍ଦ୍ରବରମରେ ଥିବା ଏକ ଜୁନିଅର କଲେଜରେ ନାବାଳକ ଜଣକ ବିବାହ କରିଛନ୍ତି ।

ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି। ଶିଶୁ ବିବାହ ଆଇନ ୨୦୦୬ ଅନୁଯାୟୀ ପୁଲିସ ମାମଲା ରୁଜୁ କରିଥିବାବେଳେ ବିବାହ କରାଇଥିବା ବ୍ୟକ୍ତିଙ୍କୁ ଖୋଜୁଛି। ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ବିବାହ ଆଇନଗତ ବୈଧ ନୁହେଁ। ରିପୋର୍ଟ ଅନୁଯାୟୀ, ଉଭୟ ସହପାଠୀ ହୋଇଥିବାବେଳେ କଲେଜରେ ପଢୁଛନ୍ତି |

ଆନ୍ଧ୍ରପ୍ରଦେଶ ମହିଳା ଆୟୋଗ କହିଛନ୍ତି ଯେ ଝିଅକୁ ରହିବା ପାଇଁ ସ୍ଥାନ ଯୋଗାଇ ଦିଆଯିବ । ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୁଲିସ ଏବଂ ଅନ୍ୟ ଅଧିକାରୀମାନେ ଏହି ଘଟଣା ବିଷୟରେ ଜାଣିଥିଲେ। ଅନ୍ୟପଟେ ଏଭଳି ବିବାହ କରିଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉଭୟଙ୍କୁ କଲେଜରୁ ବାହାର କରିଦିଆଯାଇଛି | ଆନ୍ଧ୍ରପ୍ରଦେଶ ମହିଳା ଆୟୋଗର ଅଧ୍ୟକ୍ଷା ଭାସିରେଡି ପଦ୍ମା କହିଛନ୍ତି ଯେ ଝିଅର ଅଭିଭାବକ ଝିଅକୁ ଘରକୁ ଫେରିବାକୁ ଦେଉନାହାଁନ୍ତି। ତେଣୁ ନାବାଳିକାକୁ କାଉନସେଲିଂ ପାଇଁ ୱାନ ଷ୍ଟପ୍ ସେଣ୍ଟରକୁ ନିଆଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe