ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲଙ୍କୁ ମିଳିଲା ବିବାହ ପ୍ରସ୍ତାବ

ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲଙ୍କୁ ମିଳିଲା ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡ଼ ଯାତ୍ରାରେ କନ୍ୟାକୁମାରୀରୁ କଶ୍ମୀର ଅଭିମୁଖେ ଯାତ୍ରା କରୁଛନ୍ତି। ଆଜି ତାଙ୍କ ଗସ୍ତର ଚତୁର୍ଥ ଦିନ ହୋଇଥିବାବେଳେ ଗତକାଲି ଅପରାହ୍ନରେ ସେ କନ୍ୟାକୁମାରୀର ମାର୍ଥାଣ୍ଡାମରେ ମନରେଗାର ମହିଳା ଶ୍ରମିକଙ୍କୁ ଭେଟିଥିଲେ। ଆଉ ଏହି ସମୟରେ ମହିଳାମାନେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିବାର ଜଣାପଡିଛି | ତେବେ ବିବାହ ପ୍ରସ୍ତାବ ଶୁଣି ରାହୁଲ ମୁରୁକି ମୁରୁକି ହସିଥିଲେ | କଂଗ୍ରେସ ସାଂସଦ ଜୟରାମ ରମେଶ ଏବାବଦରେ ଟ୍ୱିଟ କରି କହିଛନ୍ତି ଯେ ରାହୁଲ ମହିଳାମାନଙ୍କ ସହ ତାଙ୍କ ବିବାହ ବାବଦରେ କଥାବାର୍ତ୍ତା କରିଥିଲେ।

ମିଳିଥିବା ସୂଚନା ମୁତାବକ ଶନିବାର ଅପରାହ୍ନରେ ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ମାର୍ଥାଣ୍ଡାମରେ ମନରେଗାର ମହିଳା କର୍ମୀଙ୍କୁ ଭେଟିଥିଲେ, ଯେଉଁଥିରେ ମହିଳାମାନେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ବିବାହ ବିଷୟରେ ଶୁଣିବା ପରେ ବହୁତ ଖୁସି ମନେ ହେଉଥିଲେ। ମହିଳାମାନେ ରାହୁଲଙ୍କୁ କହିଥିଲେ ଯେ, ସେମାନେ ଜାଣନ୍ତି ଯେ ରାହୁଲ ଗାନ୍ଧୀ ତାମିଲନାଡୁକୁ ବହୁତ ଭଲ ପାଆନ୍ତି। ତେଣୁ ରାହୁଲଙ୍କ ବିବାହ ପାଇଁ ଜଣେ ତାମିଲ ଝିଅର ବ୍ୟବସ୍ଥା କରିଦେବେ ବୋଲି ମହିଳାମାନେ କହିଥିଲେ |

ଉଲ୍ଲେଖ ଥାଉ କି ଗତକାଲି ରାହୁଲ ଏସିଆର ପ୍ରଥମ ମହିଳା ବସ୍ ଡ୍ରାଇଭର ଏମ ବସନ୍ତକୁମାରୀଙ୍କୁ ମଧ୍ୟ ଭେଟିଥିଲେ | ବସନ୍ତକୁମାରୀ ୨୩ ବର୍ଷରୁ ଅଧିକ ସମୟ ଧରି ବସ୍ ଚଳାଉଛନ୍ତି । ଚେନ୍ନାଇର ବସନ୍ତକୁମାରୀ ମହିଳା ସଶକ୍ତିକରଣରେ ଏକ ଜଣାଶୁଣା ନାମ। ଆର୍ଥିକ ସ୍ଥିତି ଖରାପ ହେବାରୁ ଯଦିଓ ସେ ଗାଡି ଚଳାଇବା ଆରମ୍ଭ କରିଥିଲେ, କିନ୍ତୁ ପରେ ଗାଡି ଚଳାଇବା ତାଙ୍କର ନିଶାରେ ପରିଣତ ହୋଇଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe