ପବ୍-ଜି ଖେଳୁଖେଳୁ ହେଲା ପ୍ରେମ; ସ୍ଵାମୀଙ୍କୁ ଛାଡି ପ୍ରେମିକଙ୍କୁ ଭେଟିବା ପାଇଁ ବିହାର ଚାଲିଯାଇଥିଲେ ବିବାହିତା ମହିଳା

Advertisment
ପବ୍-ଜି ଖେଳୁଖେଳୁ ହେଲା ପ୍ରେମ; ସ୍ଵାମୀଙ୍କୁ ଛାଡି ପ୍ରେମିକଙ୍କୁ ଭେଟିବା ପାଇଁ ବିହାର ଚାଲିଯାଇଥିଲେ ବିବାହିତା ମହିଳା

Photo: Dainik Bhaskar

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଖେଳ ’ପବ୍-ଜି’ ସମଗ୍ର ପୃଥିବୀରେ ଏବେ ଲୋକପ୍ରିୟତା ହାସଲ କରିଛି। କିନ୍ତୁ ଏହି ଗେମ୍ ଖେଳି କାହା ସହିତ ପ୍ରେମ ହେବା ବହୁତ କମ ଦେଖାଯାଏ। ଏପରି ଏକ ପ୍ରେମ କାହାଣୀ ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ସାମନାକୁ ଆସିଛି। ଏଠାରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ପବ୍-ଜି ଖେଳୁଥିବା ସମୟରେ ବିହାରର ଜଣେ ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା। କଥା ଏତେ ବଢି ଯାଇଥିଲା ଯେ ମହିଳା ଜଣକ ନିଜ ଘର ପରିବାର ଛାଡି ତାଙ୍କୁ ଭେଟିବା ପାଇଁ ବିହାର ଚାଲିଯାଇଥିଲେ। ସ୍ଵାମୀଙ୍କ ଅଭିଯୋଗ ପରେ ମହାରାଜଗଞ୍ଜ ପୁଲିସ ମହିଳାଙ୍କୁ ଧରିଥିଲା।

ମିଡିଆରେ ପ୍ରକାଶିତ ଖବର ଅୁସାରେ ଏହି ଘଟଣା ମହାରାଜଗଞ୍ଜ ଜିଲ୍ଲାର ଶ୍ୟାମଦେଉରବାଁ ଥାନା ଅଞ୍ଚଳର। ପଶ୍ଚିମବଙ୍ଗର ସୁସ୍ମିତା ସରକାର ଓ ତାଙ୍କର ସ୍ଵାମୀ ପଶ୍ଚିମବଙ୍ଗରେ ରହନ୍ତି। ସେମାନେ ଅନେକ ଦିନ ଧରି ଏହି ଥାନା ଅଞ୍ଚଳରେ ରହି ଆସୁଛନ୍ତି। ମହିଳା ପୂର୍ବରୁ ପବ୍-ଜି ଖେଳିବାକୁ ଅତ୍ୟନ୍ତ ଭଲ ପାଉଥିଲେ। ଏହି ସମୟରେ ତାଙ୍କର ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଯୁବକ ଜଣକ ବିହାରର ବାସିନ୍ଦା। ଧୀରେ ଧୀରେ ବନ୍ଧୁତା ହୋଇଥି, ଯାହା ପରେ ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଦୁଇଜଣ ପରସ୍ପରକୁ ଫୋନ ନମ୍ବର ଆଦାନପ୍ରଦାନ କରି ଦୀର୍ଘ ସମୟ ଧରି ଫୋନରେ କଥା ହେଉଥିଲେ।

ଦିନେ ବିବାହିତା ମହିଳା ନିଜର ପବ୍-ଜି ପ୍ରେମିକଙ୍କୁ ଭେଟିବା ପାଇଁ ସ୍ଥିର କଲେ। ୩ ମାର୍ଚ୍ଚରେ ସେ ମହାରାଜଗଞ୍ଜରୁ ସିଧା ବିହାର ପହଞ୍ଚିଯାଇଥିଲେ। ଏହାପରେ ମହିଳାଙ୍କ ପରିବାର ଲୋକେ ତାଙ୍କୁ ଅନେକ ଖୋଜିଥିଲେ, କିନ୍ତୁ ତାଙ୍କୁ ପାଇ ନଥିଲେ। ତାପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ପରେ ମହିଳା ବିହାରରେ ଥିବା ଜଣା ପଡିଥିଲା। ଏହାପରେ ମହାରାଜଗଞ୍ଜ ପୁଲିସ ବୁଧବାର ବିଳମ୍ଵିତ ସନ୍ଧ୍ୟାରେ ବିହାର ପହଞ୍ଚି ବିବାହିତା ମହିଳାଙ୍କୁ ଆଣି, ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ମହିଳାଙ୍କ ମୂଳ ଘର ପଶ୍ଚିମବଙ୍ଗରେ।। କିନ୍ତୁ ପରିବାର ପୋଷଣ ପାଇଁ ତାଙ୍କ ପରିବାର ମହାରାଜଗଞ୍ଜ ଆସିଥିଲା। ୩ ମାସ ପୂର୍ବରୁ ହିଁ ମହିଳାଙ୍କ ବିବାହ ହୋଇଥିଲା। ପବ୍-ଜି ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇବା ପରେ କେବଳ ନାମ ପରିବର୍ତ୍ତନ ହୋଇ ‘ବେଟେଲଗ୍ରାଉଣ୍ଡସ ମୋବାଇଲ୍ ଇଣ୍ଡିଆ’ ନାମରେ ଚାଲିଛି। ଗେମ୍ ଖେଳାଳିମାନେ ଏହାକୁ ପବ୍-ଜି ହିଁ କହିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe