ପ୍ରୟାଗରାଜରେ ଜାନୁଆରି-ମାର୍ଚ୍ଚ ମଧ୍ୟରେ ବିବାହ ମନା

Advertisment
ପ୍ରୟାଗରାଜରେ ଜାନୁଆରି-ମାର୍ଚ୍ଚ ମଧ୍ୟରେ ବିବାହ ମନା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ବାସିନ୍ଦା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଆସନ୍ତା ଜାନୁଆରିରୁ ବାହା ତିଥି ଥିବାବେଳେ ପୂର୍ବରୁ ଅନେକଙ୍କର ବାହାଘର ତାରିଖ ଠିକ୍‌ ହୋଇ ସାରିଛି। ଆଗୁଆ ମଣ୍ଡପ ମଧ୍ୟ ବୁକ୍‌ ହୋଇ ସାରିଛି। କିନ୍ତୁ ୟୁପି ସରକାରଙ୍କର ନୂଆ ନିଷ୍ପତ୍ତି ସବୁ ପିତାମାତାଙ୍କ ଚିନ୍ତା ବଢ଼ାଇ ଦେଇଛି। ୟୁପି ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ କୁମ୍ଭମେଳା ପାଇଁ ପ୍ରୟାଗରାଜରେ କୌଣସି ବାହାଘର ‌ହୋଇପାରିବନି। ପୂର୍ବରୁ ଠିକ୍‌ ହୋଇଥିବା ବାହାଘରକୁ ବାତିଲ୍‌ କରିବାକୁ ପଡ଼ିବ କିମ୍ବା ଅନ୍ୟ ସହରରେ ବ୍ୟବସ୍ଥା କରିବାକୁ ପଡ଼ିବ। ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ଏବେ ଶହ ଶହ ଲୋକ ବିବାହ ତାରିଖ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିବାହ ଋତୁ ଉପରେ ନିର୍ଭର କରି ଜୀବିକାର୍ଜନ କରୁଥିବା ଲୋକଙ୍କ ଉପରେ ଚଡ଼କ ପଡ଼ିଛି। ମଣ୍ଡପ ମାଲିକମାନଙ୍କୁ ଝଟ୍‌କା ଲାଗିଛି। ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି ହୋଇ କୁହାଯାଇଛି ଯେ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା କୁମ୍ଭସ୍ନାନର ପୂର୍ବଦିନ କିମ୍ବା ପରଦିନ ମଧ୍ୟ କୌଣସି ବାହାଘର ହୋଇପାରିବନି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିବାହ ମଣ୍ଡପ ମାଲିକ ଏବଂ ହୋଟେଲ୍‌ ପାଇଁ ବିଜ୍ଞପ୍ତି ଜାରି କରାଯିବ। ଉଲ୍ଲେଖଯୋଗ୍ୟ ପୂର୍ବରୁ ମଧ୍ୟ କୁମ୍ଭମେଳା ପାଇଁ ଗଙ୍ଗା ନଦୀକୁ ସ୍ବଚ୍ଛ ରଖିବାପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁରରେ ସମସ୍ତ ଚମଡ଼ା କାରଖାନା ଗୁଡ଼ିକ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe