ମହିଳା ପୁରୋହିତଙ୍କ ଦ୍ବାରା ବିନା କନ୍ୟାଦାନରେ ବିବାହ ସଂପନ୍ନ

Advertisment
ମହିଳା ପୁରୋହିତଙ୍କ ଦ୍ବାରା ବିନା କନ୍ୟାଦାନରେ ବିବାହ ସଂପନ୍ନ

କୋଲକାତା: ହିନ୍ଦୁ ଧର୍ମରେ ବିବାହ ସମେତ ସମସ୍ତ ଶୁଭ କାର୍ଯ୍ୟ ପୁରୋହିତଙ୍କ ଦ୍ବାରା କରାଯାଇଥାଏ। ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହରେ ପିତା ନିଜ ଝିଅକୁ ଦାନ କରନ୍ତି। ତେବେ ପରମ୍ପରାକୁ ଭାଙ୍ଗି ପଶ୍ଚିମବଂଗରେ ଏକ ନିଆରା ବିବାହ ସଂପନ୍ନ ହୋଇଛି। ଏହି ବିବାହ ମହିଳା ପୁରୋହିତଙ୍କ ଦ୍ବାରା ହୋଇଥିଲା ଏବଂ କୌଣସି କନ୍ୟାଦାନ ହୋଇନଥିଲା। ବୈଦିକ ମନ୍ତ୍ର ପାଠ ସହିତ ମହିଳା ପୁରୋହିତ ବର-କନ୍ୟାଙ୍କ ବିବାହ ସଂପନ୍ନ କରାଇଥିଲେ। ଉତ୍ତର ପ୍ରଗଣାର ଚନ୍ଦନପଡ଼ାରେ ରହୁଥିବା ବୈଦ୍ୟ ପରିବାରରେ ବିନା କନ୍ୟାଦାନରେ ହୋଇଥିବା ଏହି ବିବାହ ଉତ୍ସବ ବେଶ୍‌ ଚର୍ଚ୍ଚାରେ ରହିଛି। ହିନ୍ଦୁ ଧର୍ମରେ ମହିଳା ପୁରୋହିତଙ୍କୁ ନେଇ କୌଣସି ପ୍ରାବଧାନ ନଥିବା ବେଳେ ପଶ୍ଚିମବଙ୍ଗରେ ମହିଳା ପୁରୋହିତଙ୍କ ଦ୍ବାରା ଏଭଳି ବିବାହ ଉତ୍ସବ ପୂର୍ବରୁ ମଧ୍ୟ କେତେକ ସ୍ଥାନରେ ସଂପନ୍ନ ହୋଇଥିବା ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe