PHOTO-zee news
ନୂଆଦିଲ୍ଲୀ: ଜଣାଶୁଣା ଅଭିନେତ୍ରୀ ନୁସରତ୍ ଜାହାଁ ଲୋକସଭାକୁ ଏବେ ନିର୍ବାଚିତ ହୋଇଛନ୍ତି। ମୋଦୀ ଲହର ଥିବା ସତ୍ତ୍ୱେ ନୁସରତ ତୃଣମୂଳ କଂଗ୍ରେସ ଟିକେଟ୍ରେ ପଶ୍ଚିମବଙ୍ଗର ବସିରହାଟ ଆସନରୁ ଲଢି ବିଜୟିନୀ ହୋଇଛନ୍ତି। ଏବେ ନୁସରତଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ।
ଅଭିନେତ୍ରୀରୁ ନେତ୍ରୀ ବନିଥିବା ନୁସରତ ନିଜର ବିବାହ ସଂପର୍କରେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନୁସରତ୍ ଖୁବ୍ ଶୀଘ୍ର କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ଉତ୍ସବ କୋଲକାତାରେ ନୁହେଁ କି ଭାରତର କୌଣସି ସ୍ଥାନରେ ଆୟୋଜିତ ହେବେ ନାହିଁ। ଏହା ଇସ୍ତାନବୁଲରେ ଆୟୋଜିତ ହେବ ବୋଲି ନୁସରତ୍ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୋଲକାତାରେ ନୁସରତଙ୍କ ଘରେ ଏବେ ବାହାଘର ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି।
PHOTO-times nowନୁସରତ୍ ନିଜର ଇନ୍ଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ଫଟୋ ସେଆର୍ କରିଛନ୍ତି, ଯେଉଁଥିରେ ତାଙ୍କର ଏନଗେଜମେଣ୍ଟ ମୁଦି ଦେଖିବାକୁ ମିଳିଛି। ଏଥିରେ ସେ ଲେଖିଛନ୍ତି, ‘ଯେତେବେଳେ ଶେଷରେ ସ୍ୱପ୍ନ ସତରୁ ଭଲ ହୁଏ,ସେତେବେଳେ ଜୀବନରେ ଜଣେ ଅନ୍ୟଜଣଙ୍କୁ ବାନ୍ଧି ରଖିବା।’
Follow Us