ନିକାହ-ହଲାଲା, ବହୁବିବାହ ବିରୋଧୀ ଆବେଦନ:ଶୀଘ୍ର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି

Advertisment
ନିକାହ-ହଲାଲା, ବହୁବିବାହ ବିରୋଧୀ ଆବେଦନ:ଶୀଘ୍ର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି

ନୂଆଦିଲ୍ଲୀ: ନିକାହ-ହଲାଲା ଓ ବହୁବିବାହ ପ୍ରଥା ବିରୋଧରେ ହୋଇଥିବା ଏକ ଆବେଦନର ଜରୁରି ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ସହମତି ପ୍ରଦାନ କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ଜବାବ ଦାଖଲ ପରେ ଏକ ସାମ୍ବିଧାନିକ ଖଣ୍ଡପୀଠରେ ଆବେଦନର ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଆବେଦନକାରୀ ସମୀନା ବେଗମ୍‌ଙ୍କ ଓକିଲ ଭି ଶେଖର ଓ ଅର୍ଚ୍ଚନା ପାଠକଙ୍କ କହିବାନୁସାରେ ନିକାହ-ହଲାଲା ଓ ବହୁବିବାହ ପ୍ରଥା ବିରୋଧରେ ପିଟିସନ୍‌ ଦାଖଲ ପରେ ସେମାନଙ୍କ ମହକିଲଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି। ଏଭଳି ସ୍ଥଳେ ଆବେଦନର ତ୍ୱରିତ୍‌ ଶୁଣାଣି ଜରୁରି ହୋଇପଡ଼ିଛି ବୋଲି ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ସେମାନେ ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe