ଚତୁର୍ଥୀ ରାତିରେ ଶୋଇବା ଘରକୁ ଯାଇ ଆଉ ଉଠିଲେନି ଦମ୍ପତି, ସକାଳୁ ଖଟରେ ପଡ଼ିଥିଲା ମୃତଦେହ

Advertisment
ଚତୁର୍ଥୀ ରାତିରେ ଶୋଇବା ଘରକୁ ଯାଇ ଆଉ ଉଠିଲେନି ଦମ୍ପତି, ସକାଳୁ ଖଟରେ ପଡ଼ିଥିଲା ମୃତଦେହ

ନୂଆଦିଲ୍ଲୀ: ଚତୁର୍ଥୀ ରାତିରେ ଶୋଇବା ଘରକୁ ଯାଇ ଆଉ ଉଠିଲେନି ଦମ୍ପତି। ସକାଳୁ ଖଟରେ ପଡ଼ିଥିଲା ମୃତଦେହ। ଉତ୍ତରପ୍ରଦେଶର ବହରାଇଚରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ବିବାହ ପରେ ରାତିରେ ସ୍ବାମୀ-ସ୍ତ୍ରୀ ଚତୁର୍ଥୀ ରାତି ପାଇଁ ଶୋଇବା ଘରକୁ ଯାଇଥିଲେ। ଆଜି ସକାଳୁ ଦୁହିଁଙ୍କୁ ଉଠାଇବା ପାଇଁ ଚେଷ୍ଟା କରାଯାଇଥିଲେ ବି ସେମାନେ ଆଉ ଉଠିନଥିଲେ। ଏନେଇ ସୂଚନା ଦିଆଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ମୃତ୍ୟୁର କାରଣ ଖୋଜୁଛି ପୁଲିସ। ଅନ୍ୟପକ୍ଷରେ ମୃତକଙ୍କ ପରିବାରରେ ବିବାହର ଖୁସି ଏବେ ଶୋକରେ ପରିଣତ ହୋଇଛି।

ସୂଚନା ମୁତାବକ, ଏହି ଘଟଣା କୈସରଗଞ୍ଜ ଅଞ୍ଚଳର ଗୋଡହିୟା ନମ୍ବର ୪ଗାଁରେ ଘଟିଛି। ମେ’ ୩୦ରେ, ଏଠାରେ ରହୁଥିବା ସୁନ୍ଦର ଲାଲଙ୍କ ୨୨ବର୍ଷୀୟ ପୁଅ ପ୍ରତାପଙ୍କ ବିବାହ ଗୋଡହିୟା ନମ୍ବର ୩ଗାଁର ବାସିନ୍ଦା ପର୍ଶୁରାମଙ୍କ ଝିଅ ପୁଷ୍ପାଙ୍କ ସହ ହୋଇଥିଲା। ମେ’ ୩୧ରେ ପୁଷ୍ପାଙ୍କୁ ଧରି ନିଜ ଘରକୁ ଫେରିଥିଲେ ପ୍ରତାପ। ରାତିରେ ଖାଇବା ଶେଷ ହେବା ପରେ ଚତୁର୍ଥୀ ରାତି ପାଇଁ ଦୁହେଁ ଶୋଇବା ଘରକୁ ଯାଇଥିଲେ। ଆଜି ସକାଳେ ଅନେକ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ପରିବାର ଲୋକେ ଦୁହିଁଙ୍କୁ ଡାକିବା ଆରମ୍ଭ କରିଥିଲେ। ନଶୁଣିବାରୁ ପ୍ରତାପଙ୍କ ଭାଇ କବାଟ ଭାଙ୍ଗି ଭିତରକୁ ଯିବା ପରେ ଦୁହେଁ ଖଟ ଉପରେ ଅଚେତ ହୋଇ ପଡ଼ିଥିବା ଦେଖାଯାଇଥିଲା। ପରିବାର ଲେ‌ାକେ ଦୁହିଁଙ୍କୁ ଉଠାଇବାକୁ ଚେଷ୍ଟା କରିଥି‌ଲେ ବି ଦୁହେଁ ଉଠିନଥିଲେ। ଏବେ ପୁଲିସ ଦୁହିଁଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ସେ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe