ଆଇପିଏସ୍‌ ଜ୍ୟୋତିଙ୍କୁ ବିବାହ କଲେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ହରଜୋତ୍ ସିଂ ‌ବୈନ୍ସ

Advertisment
ଆଇପିଏସ୍‌ ଜ୍ୟୋତିଙ୍କୁ ବିବାହ କଲେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ହରଜୋତ୍ ସିଂ ‌ବୈନ୍ସ

ଅମୃତସର: ପଞ୍ଜାବର ଆନନ୍ଦପୁର ସାହିବ ବିଧାନସଭା ନିର୍ବାଚନ ମଣ୍ଡଳୀର ଆପ୍‌ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ହରଜୋତ୍ ସିଂ ‌ବୈନ୍ସ ଶନିବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଗୁରୁଗ୍ରାମ ବାସିନ୍ଦା ରାକେଶ ଯାଦବଙ୍କ ଆଇପିଏସ୍ ଝିଅ ଜ୍ୟୋତି ଯାଦବଙ୍କୁ ବିବାହ କରିଥିବା ସୂଚନା ରହିଛି। ଏହି ଶୁଭ କାର୍ଯ୍ୟ ରୂପନଗର ଜିଲ୍ଲାର ଏକ ଗୁରୁଦ୍ୱାରରେ ସଂପନ୍ନ ହୋଇଥିବା ବେଳେ ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ବି ଯୋଗ ଦେଇଥିଲେ।

ଉଲ୍ଲେଖନୀୟ ଯେ, ଅତୀତରେ ପଞ୍ଜାବର ସ୍କୁଲ ଶିକ୍ଷା ମନ୍ତ୍ରୀ ହରଜୋତ୍‌ ସିଂ ବୈନ୍ସଙ୍କ ନାମ ଆଇପିଏସ୍ ଜ୍ୟୋତି ଯାଦବଙ୍କ ନାମ ସହିତ ଯୋଡ଼ା ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସଂପର୍କ ଥିବା ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ସୋସିଆଲ ମିଡିଆରେ ଦୁହିଁଙ୍କର କିଛି ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। ଆପଣ ଜାଣିଥିବେ ନିଶ୍ଚୟ ଯେ ଆଇପିଏସ୍ ଜ୍ୟୋତି ଯାଦବ ବର୍ତ୍ତମାନ ମାନସା ଜିଲ୍ଲାରେ ନିଯୁକ୍ତି ପାଇଛନ୍ତି। ବୈନ୍ସ ବୃତ୍ତିରେ ଜଣେ ଆଇନଜୀବୀ ଥିଲେ ଓ ପରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇ ରାଜନୀତିକୁ ଆସିଥିଲେ।

publive-image www.bhaskar.com

ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ୍‌ ପ୍ରଥମେ ବିବାହ କରିଥିଲେ। ମାନ୍‌ଙ୍କର ଏହା ଥିଲା ଦ୍ବିତୀୟ ବିବାହ। ମାନ୍‌ଙ୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆପ୍‌ ବିଧାୟକ ନାରିନ୍ଦର କୌର ଭରାଜ। ଏବେ କ୍ୟାବିନେଟ୍ ମନ୍ତ୍ରୀ ହରଜୋତ୍ ସିଂ ବୈନ୍ସ ବିବାହ କରିଛନ୍ତି।

ମନ୍ତ୍ରୀ ହରଜତ ସିଂ ବୈନ୍ସ ଓ ତାଙ୍କ ଆଇପିଏସ୍‌ ପତ୍ନୀ ଜ୍ୟୋତି ଯାଦବଙ୍କର ଅନେକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe