ଜଣଙ୍କ ସହ ବିବାହ, ଅନେକଙ୍କ ସହିତ ସମ୍ପର୍କ ଜୀବନଶୈଳୀ ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଛି

ବିଦେଶୀ ସଂସ୍କୃତି ଭଳି ଏବେ ଭାରତରେ ଓପନ ମ୍ୟାରେଜ୍ ଜୀବନଶୈଳୀ ବଢ଼ିବାରେ ଲାଗିଛି। ଏହି ଶୈଳୀ ଅନେକ ଭାରତୀୟଙ୍କ ପ୍ରଥମ ପସନ୍ଦ ପାଲଟିବାରେ ଲାଗିଛି। ଯୁବବର୍ଗଙ୍କ ମଧ୍ୟରେ ଜଣଙ୍କ ସହ ବିବାହ, ଅନେକଙ୍କ ସହିତ ସମ୍ପର୍କ ଜୀବନଶୈଳୀ ବୃଦ୍ଧି ପାଉଛି...

Marry one, relation with more lifestyle is on the rise among young people

Marry one, relation with more lifestyle is on the rise among young people Photograph: (Sambad.in)

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବିଶେଷ କରି ଭାରତୀୟ ସଂସ୍କୃତିରେ ବିବାହକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଇଥାଏ। କିନ୍ତୁ ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରକାରର ବିବାହ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ଲୋକ ଏକରୁ ଅଧିକ ସାଥୀ ସହିତ ରହିବାକୁ ପସନ୍ଦ କରୁଛନ୍ତି।

ଏହି କାରଣରୁ ଲୋକମାନେ ବିବାହ କରିବାକୁ ଅମଙ୍ଗ ମଧ୍ୟ ହେଉଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଲିଭ୍-ଇନ୍ ସମ୍ପର୍କ, ଚୁକ୍ତିଭିତ୍ତିକ ବିବାହ ଏବଂ ବନ୍ଧୁତ୍ୱ ବିବାହ ପରି ଅନେକ ପ୍ରକାରର ବିବାହ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ବର୍ତ୍ତମାନ ଆଉ ଏକ ନୂତନ ବିବାହ ଧାରା ଆରମ୍ଭ ହୋଇଛି, ଯାହାକୁ ଓପନ ମ୍ୟାରେଜ୍ କୁହାଯାଉଛି। 

ଓପନ ମ୍ୟାରେଜ୍ ଏକ ପ୍ରକାର ଏକ୍ସଟ୍ରା ବୈବାହିକ ସମ୍ପର୍କ। ଏହା ଅନ୍ତର୍ଗତ, ଦୁଇ ଜଣ ପରସ୍ପରକୁ ବିବାହ କରନ୍ତି ଏବଂ ତା’ପରେ ପାରସ୍ପରିକ ସମ୍ମତି ସହିତ ସେମାନେ ଅନ୍ୟ ଲୋକଙ୍କ ସହିତ ମଧ୍ୟ ସମ୍ପର୍କ ସ୍ଥାପନ କରିଥାନ୍ତି।

ଉଦାହରଣ ସ୍ୱରୂପ, ଦମ୍ପତିମାନେ ବିବାହ ପରେ ପରସ୍ପର ସହିତ ରହିବାକୁ ବାଧ୍ୟ ନୁହଁନ୍ତି। ସେମାନେ ନିଜ ସାଥୀଙ୍କୁ ସତ କହି ଅନ୍ୟ କାହା ସହିତ ସମ୍ପର୍କ ରଖିଥାନ୍ତି। ଏହି ସମ୍ପର୍କ କେବଳ ରୋମାଣ୍ଟିକ ନୁହେଁ ଯୌନ ସମ୍ପର୍କ ମଧ୍ୟ ହୋଇଥାଏ। ଯେଉଁଠାରେ ସାଥୀଙ୍କର ଏଥିରେ କୌଣସି ଆପତ୍ତି ମଧ୍ୟ ନଥାଏ। 

ଓପନ ମ୍ୟାରେଜ୍‌ର ଧାରା ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ବଡ ସହରରେ, ଓପନ ମ୍ୟାରେଜ୍‌ର ଗ୍ରାଫ୍ ଦ୍ରୁତ ଗତିରେ ବଢୁଛି। ଫ୍ରାନ୍ସର ପ୍ରସିଦ୍ଧ ଡେଟିଂ ଆପ୍ ଗ୍ଲିଡେନରେ ୩୦ଲକ୍ଷରୁ ଅଧିକ ଭାରତୀୟଙ୍କ ପ୍ରୋଫାଇଲ୍ ଉପଲବ୍ଧ ହେଉଥିବା ଜଶାପଡ଼ିଛି। ଏହା ଏକ ଏକ୍ସଟ୍ରା ବୈବାହିକ ଡେଟିଂ ଆପ୍, ଯେଉଁଠାରେ ବିବାହିତ ଲୋକମାନେ ପରସ୍ପରକୁ ସତ କହି ଅନ୍ୟ ସାଥୀ ଖୋଜିଥାନ୍ତି।

ଅଧିକ ପଢ଼ନ୍ତୁ: ପାକିସ୍ତାନରୁ ଆତଙ୍କବାଦୀ ଏବଂ ଡ୍ରଗ୍ସ ଚୋରାଚାଲାଣ: ତାଲିବାନ ଦେଲା ଧମକ

ଓପନ ମ୍ୟାରେଜ୍  ସମ୍ବନ୍ଧୀୟ ପରିସଂଖ୍ୟାନ ପାଇଁ ୨୦୨୩ରେ ଏକ ସର୍ଭେ କରାଯାଇଥିଲା। ଏହା ଅନୁଯାୟୀ, ୬୦% ଅବିବାହିତ ଭାରତୀୟ ଓପନ ମ୍ୟାରେଜ୍  ପ୍ରତି ଆଗ୍ରହ ଦେଖାଇଥିଲେ। ଭବିଷ୍ୟତରେ ବହୁ ଯୁବବର୍ଗ ଏକ ଓପନ ମ୍ୟାରେଜ୍‌ରେ ରହିବାକୁ ପସନ୍ଦ କରିବେ ବୋଲି କହିଥିଲେ। ଭାରତ ଭଳି ଦେଶରେ ଏହି ସଂଖ୍ୟା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଅଟେ।

ଅଧିକ ପଢ଼ନ୍ତୁ: ଚୁକ୍ତିନାମା ବିରୁଦ୍ଧରେ ଯାଇ ଫ୍ରାନ୍ସ ପକ୍ଷରୁ ତୁର୍କୀକୁ ମେଟୋର କ୍ଷେପଣାସ୍ତ୍ର ବିକ୍ରି: ଗ୍ରୀସ୍‌ର ଅସନ୍ତୋଷ ପ୍ରକାଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe