‘ମେର୍ସାଲ୍‌’ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ରାୟ : କହିବାର ଅଧିକାର ସମସ୍ତଙ୍କର ରହିଛି

Advertisment
‘ମେର୍ସାଲ୍‌’ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ରାୟ : କହିବାର ଅଧିକାର ସମସ୍ତଙ୍କର ରହିଛି

ଚେନ୍ନାଇ: ତାମିିଲ ସୁପରଷ୍ଟାର ବିଜୟଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ମେର୍ସାଲ’କୁ ନେଇ ବିବାଦ ଘନେଇଥିବାବେଳେ ଆଜି ମାଡ୍ରାସ ହାଇକୋର୍ଟ ଏହା ଉପରେ ରୋକ ଲଗାଇବା ଲାଗି ହୋଇଥିବା ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥି ସହିତ ସମସ୍ତଙ୍କର କଥା କହିବାର ଅଧିକାର ଅଛି ଏବଂ ଏହା କେବଳ ଏକ ଫିଲ୍ମ; ବାସ୍ତବ ଜୀବନ ନୁହେଁ ବୋଲି ମାନ୍ୟବର ଅଦାଲତ ଟିପ୍ପଣୀ କରିଛନ୍ତି।

ସଦ୍ୟ ମୁକ୍ତିଲାଭ କରିଥିବା ‘ମେର୍ସାଲ୍‌’ ଚଳଚ୍ଚିତ୍ରରେ ଜିଏସଟି (ଦ୍ରବ୍ୟ ଏବଂ ସେବା କର) ଏବଂ ଡିିଜିଟାଲ୍‌ ଇଣ୍ଡିଆକୁ ଉପହାସ କଲାଭଳି କିଛି ଦୃଶ୍ୟ ରହିଛି। ଏହାଦ୍ୱାରା ସରକାରଙ୍କ ବହୁ ଚର୍ଚ୍ଚିତ ଏହି ଦୁଇଟି ବିଷୟ ସମ୍ପର୍କରେ ଦର୍ଶକଙ୍କ ମନରେ ନକାରାତ୍ମକ ଭାବନା ଆଣିବ ବୋଲି କହି ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏପରିକି ସେଥିରୁ ସଂପୃକ୍ତ ଦୃଶ୍ୟ ଏବଂ ବାର୍ତ୍ତାଳାପ ହଟାଇନେବାକୁ ତାମିଲନାଡୁ ବିଜେପି ମୁଖ୍ୟ ଟି. ସୌନ୍ଦରରାଜନ ଦାବି କରିବା ସହ ଫିଲ୍ମଟିକୁ ମିଳିଥିବା ସେନ୍‌ସର ପ୍ରମାଣପତ୍ର ପ୍ରତ୍ୟାହାର କରିନେବାକୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ତାଙ୍କ ଆବେଦନକୁ ଅଦାଲତ ପ୍ରତ୍ୟାଖ୍ୟାନ କରିବା ସହ ‘ମେର୍ସାଲ’ କେବଳ ଏକ ଫିଲ୍ମ, କୌଣସି ବାସ୍ତବ ଜୀବନ ନୁହେଁ ବୋଲି କହିବା ସହ ତାହାକୁ ବନ୍ଦ କରିହେବନାହିଁ ବୋଲି ରାୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe