ସହିଦ୍‌ ଆଇଏଏଫ୍‌ କମାଣ୍ଡୋ ଜ୍ୟୋତି ପ୍ରକାଶଙ୍କୁ ଅଶୋକ ଚକ୍ର ସମ୍ମାନ

Advertisment
ସହିଦ୍‌ ଆଇଏଏଫ୍‌ କମାଣ୍ଡୋ ଜ୍ୟୋତି ପ୍ରକାଶଙ୍କୁ ଅଶୋକ ଚକ୍ର ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବାହିନୀର ସହିଦ କମାଣ୍ଡୋ ଜ୍ୟୋତି ପ୍ରକାଶ ନିରାଲାଙ୍କୁ ଆସନ୍ତାକାଲି ୬୯ ତମ ଜନରାଜ୍ୟ ଦିବସରେ ମରଣୋପରାନ୍ତ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଜ୍ୟୋତିଙ୍କ ଅତୁଳନୀୟ ସାହସିକତା, ଦେଶଭକ୍ତି ଏବଂ ମହାନ ତ୍ୟାଗ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ଶାନ୍ତି ସମୟର ସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି। ବାୟୁସେନା ବାହିନୀର ଗରୁଡ଼ କମାଣ୍ଡୋ ଜ୍ୟୋତି ପ୍ରକାଶ ଏକାକୀ ୩ ଆତଙ୍କବାଦୀଙ୍କୁ ନିପାତ କରିଥିବା ହେତୁ ତାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଉଛି। ଗତବର୍ଷ ନଭେମ୍ବର ୧୮ ତାରିଖରେ କଶ୍ମୀରର ବାନ୍ଦିପୁରା ଜିଲ୍ଲାର ଚନ୍ଦିରଗିର୍‌ ଗ୍ରାମରେ ହୋଇଥିବା ଏକ ଏନ୍‌କାଉଣ୍ଟରରେ ସେ ସାମିଲ ଥିଲେ। ଗୁଳି ବିନିମୟରେ ୬ ଆତଙ୍କବାଦୀ ନିପାତ ହୋଇଥିଲେ। ଉକ୍ତ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କୁ ଜ୍ୟୋତି ଏକାକୀ ନିପାତ କରିଥିଲେ। ଉକ୍ତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ଏ ତୋଏବା ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଜାକି ଉର୍‌ ରେହମାନ୍‌ ଲକ୍‌ଭିର ପୁତୁରା ନିହତ ହୋଇଥିଲା। ଏନ୍‌କାଉଣ୍ଟର ସମୟରେ ଜ୍ୟୋତିଙ୍କ ଦେହରେ ଗୁଳି ବାଜିଥିଲେ ବି ସେ ୩ ଆତଙ୍କବାଦୀଙ୍କୁ ନିପାତ କରଥିଲେ ସ ଘଟଣାସ୍ଥଳରେ ହିିଁ ଟଳି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe