ସହିଦଙ୍କ କଫିନ୍‌ ଉପରେ ତାଙ୍କ ପାଞ୍ଚ ମାସର ଝିଅ ବସିଥିବା ଦେଖି କାନ୍ଦି ପକାଇଲେ ଦେଖଣାହାରି

Advertisment
ସହିଦଙ୍କ କଫିନ୍‌ ଉପରେ ତାଙ୍କ ପାଞ୍ଚ ମାସର ଝିଅ ବସିଥିବା ଦେଖି କାନ୍ଦି ପକାଇଲେ ଦେଖଣାହାରି

ଜୟପୁର: କଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ିବା ବେଳେ ସହିଦ ହୋଇଥିବା ଆର୍ମି ପାରାଟ୍ରୁପର୍‌ ମୁକୁତ ବିହାରୀ ମୀନାଙ୍କ ଗାଁ’ରେ ତାଙ୍କ କଫିନ୍‌ ପହଞ୍ଚିବା ପରେ ତା’ ଉପରେ ତାଙ୍କ ପାଞ୍ଚ ମାସର ଝିଅ ବସିବା ଓ ଗଡ଼ିବା ଦୃଶ୍ୟ ଥିଲା ଅତି କରୁଣ। ଅନ୍ତିମ ସତ୍କାର ବେଳେ ନିଜ ଜେଜେବାପା ଜଗନ୍ନାଥଙ୍କ ସହ ମୁଖାଗ୍ନି ଦେବା ବି ତହୁଁ ହୃଦୟ ବିଦାରକ।

ଝଲାଓ୍ଵାର୍‌ ଜିଲ୍ଲାପାଳ ଜିତେନ୍ଦ୍ର ସୋନି ସେ କୋଳଛୁଆଟିକୁ ଲେଖିଥିବା ଏକ ଆବେଗପୂର୍ଣ୍ଣ ଚିଠିଟି ଫେସ୍‌ବୁକ୍‌ରେ ସେୟାର ହୋଇଛି। ସେ ଲେଖିଛନ୍ତି: କନ୍ଦାକଟା ନ କରି ତୁ କଫିନ୍‌ ଉପରେ ବସିଲୁ ଆଉ ଗଡ଼ିଲୁ। କିଛି ସମୟ ପୂର୍ବେ ତୁ ତୋ ବାପାଙ୍କ ମୁହଁ ଦେଖିଥିଲୁ। ଏଇଟା ଥିଲା ଖୁବ୍‌ ଆବେଗଭରା। ତୁ ଏମିତି କରୁଥିବା ବେଳେ ମୁଁ ଏବଂ ସମସ୍ତ ସେନା ଅଧିକାରୀ ଦେଖୁଥିଲୁ। ମୁଁ ଜାଣିଚି ଆମେ ସମସ୍ତଙ୍କ ଭାବନା ଭିନ୍ନ ଥିଲେ ମଧ୍ୟ ଭାବନାର ମୁଖ୍ୟ କଥା ଥିଲା ତୋର ନିରୀହପଣିଆ ଓ ତୋ ବାପା।

କେବଳ ଏଇ ଅଞ୍ଚଳର ନୁହେଁ, ସମଗ୍ର ଦେଶର ଦାୟିତ୍ୱସମ୍ପନ୍ନ ଓ ହୃଦୟବାନ୍‌ ନାଗରିକମାନଙ୍କର ଆଶିଷ ତୋ’ ପ୍ରତି ରହିବ। ଉନ୍ନତି କର ଓ ତୋ ବାପାଙ୍କର ମହାନ୍‌ ଆତ୍ମବଳିକୁ ନିଜର ଗୌରବରେ ପରିଣତ କର।

୧୦୦ ଘର ଥିବା ଏକ ଅଖ୍ୟାତ ଗ୍ରାମ ଲାଡ଼ାନିଆ ନିବାସୀ ୨୫ ବର୍ଷିୟ ମୀନା ଜୁଲାଇ ୧୧ ତାରିଖ ଦିନ କୁପଓ୍ଵାରାରେ ସହିଦ ହୋଇଥିଲେ। ପୂର୍ଣ୍ଣ ସାମରିକ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ଶବ ସତ୍କାର କରାଯାଇଥିଲା। ସରକାରୀ ପ୍ରତିନିଧି, ସେନା ଅଧିକାରୀ, ଜିଲ୍ଲାପ୍ରଶାସନ, ପୁଲିସ ଏବଂ ଜିଲ୍ଲାର ଭିନ୍ନ ଭିନ୍ନ ପ୍ରାନ୍ତରରୁ ଲୋକେ ମୀନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe