ସରକାରଙ୍କ ଅନୁରୋଧ ପରେ ୨୦ଦିନରେ ୧,୫୦୦ରୁ ଅଧିକ ଭେଣ୍ଟିଲେଟର ତିଆରି କଲା ମାରୁତି, ମାସ ଶେଷ ସୁଦ୍ଧା ତିଆରି ହେବ ୧୦,୦୦୦

ସରକାରଙ୍କ ଅନୁରୋଧ ପରେ ୨୦ଦିନରେ ୧,୫୦୦ରୁ ଅଧିକ ଭେଣ୍ଟିଲେଟର ତିଆରି କଲା ମାରୁତି, ମାସ ଶେଷ ସୁଦ୍ଧା ତିଆରି ହେବ ୧୦,୦୦୦

oneindia

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର ଉତ୍ପାଦନକାରୀ କମ୍ପାନି ମାରୁତି ସୁଜୁକି କରୋନା ଭୂତାଣୁ ମହାମାରୀ ସହ ମୁକାବିଲା କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭେଣ୍ଟିଲେଟର ପ୍ରସ୍ତୁତ କରୁଛି। ଚଳିତ ମାସ ଆରମ୍ଭରେ ଭେଣ୍ଟିଲେଟର ଅଭାବ ଦର୍ଶାଇ କେନ୍ଦ୍ର ସରକାର ଭେଣ୍ଟିଲେଟର ତିଆରି କରିବାରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଅଟୋମୋବାଇଲ କମ୍ପାନୀଗୁଡିକୁ ଏକ ବିଶେଷ ଅନୁରୋଧ କରିଥିଲେ। ସରକାରଙ୍କ ଅନୁରୋଧ କ୍ରମେ କାର ନିର୍ମାତା ମାରୁତି ସୁଜୁକି ଏବଂ ମହିନ୍ଦ୍ରା ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ପରବର୍ତ୍ତୀ ସମୟରେ, ମାରୁତି ସୁଜୁକି ଇଣ୍ଡିଆ ଦେଶରେ ଭେଣ୍ଟିଲେଟର ଉତ୍ପାଦନ ବୃଦ୍ଧି ପାଇଁ ଏଜିଭିଏ ହେଲଥ କେୟାର ସହିତ ଏକାଠି କାର୍ଯ୍ୟ ଆରମ୍ଭ କଲା | ବର୍ତ୍ତମାନ କମ୍ପାନୀ ୨୦ଦିନରେ ୧,୫୦୦ଭେଣ୍ଟିଲେଟର ପ୍ରସ୍ତୁତ କରିଥିବା ଜଣାପଡିଛି |

सरकार के ऑर्डर का इंतजार कर रही है कंपनी oneindia

ତେବେ ତିଆରି ହୋଇସାରିଥିବା ଭେଣ୍ଟିଲେଟରକୁ କମ୍ପାନୀ ପଠାଇବା ପାଇଁ ସରକାରଙ୍କ ଆଦେଶକୁ ଅପେକ୍ଷା କରିଛି | ଏକ ସାକ୍ଷାତକାରରେ ମାରୁତି ସୁଜୁକିର ଅଧକ୍ଷ ଆରସି ଭାର୍ଗବ କହିଛନ୍ତି ଯେ, ଭେଣ୍ଟିଲେଟରର ଅଭାବ ହେତୁ ସରକାର ଆମକୁ ତିଆରି କରିବା ପାଇଁ ଅନୁରୋଧ କରିଥିଲେ। ଏଚଏଲଏଲ ଲାଇଫ୍ କେୟାର (ଏକ ସରକାରୀ ଉଦ୍ୟୋଗ) ଆମେ ତିଆରି କରିଥିବା ଭେଣ୍ଟିଲେଟରର ତଦାରଖ କରିଥିଲା | କିନ୍ତୁ ସେମାନେ ଏ ପର୍ଯ୍ୟନ୍ତ ଆମକୁ ରିପୋର୍ଟ ପଠାଇ ନାହାଁନ୍ତି | ଏହି ଭେଣ୍ଟିଲେଟରଗୁଡିକ କେଉଁଠାକୁ ପଠାଯାଇପାରିବ ଜାଣିବା ପାଇଁ ଆମେ ସେମାନଙ୍କ ଆଦେଶକୁ ଅପେକ୍ଷା କରିଛୁ |

ଭାର୍ଗବ କହିଛନ୍ତି, "ନିଷ୍ପତ୍ତି ନେବା ବେଳେ ସରକାରୀ କମ୍ପାନୀ ସବୁବେଳେ ମନ୍ଥର ଅଟନ୍ତି। ଘରୋଇ କମ୍ପାନୀର କାର୍ଯ୍ୟ କରିବାର ପଦ୍ଧତି ଭିନ୍ନ ଅଟେ। ସେ କହିଛନ୍ତି ଯେ, ଗତ ୨ସପ୍ତାହ ଧରି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭେଣ୍ଟିଲେଟର ପରୀକ୍ଷା ଚାଲିଛି। ଭେଣ୍ଟିଲେଟରର କାର୍ଯ୍ୟଦକ୍ଷତାରେ ସେମାନେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଏବଂ ସେମାନେ ଏହିପରି ଅଧିକ ୟୁନିଟ୍ ଦାବି କରିଛନ୍ତି | ଏହି ମାସ ଶେଷ ସୁଦ୍ଧା ୧୦,୦୦୦ ଭେଣ୍ଟିଲେଟର ତିଆରି କରି ଯୋଗାଇ ଦେବୁ | ବର୍ତ୍ତମାନ, କମ୍ପାନୀ ପ୍ରତିଦିନ ୨୫୦ରୁ ୩୦୦ଭେଣ୍ଟିଲେଟର ଉତ୍ପାଦନ କରୁଛି | କମ୍ପାନୀ ଏହାକୁ ପ୍ରତିଦିନ ୪୦୦ଭେଣ୍ଟିଲେଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe