ଏପ୍ରିଲରୁ ମଡେଲ ରେଞ୍ଜର ମୂଲ୍ୟ ବୃଦ୍ଧି କରିବ ମାରୁତି ସୁଜୁକି

Advertisment
ଏପ୍ରିଲରୁ ମଡେଲ ରେଞ୍ଜର ମୂଲ୍ୟ ବୃଦ୍ଧି କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ: ସାମଗ୍ରିକ ମୁଦ୍ରାସ୍ଫୀତି ଓ ନିୟାମକ ଆବଶ୍ୟକତାର ପ୍ରଭାବକୁ ଆଂଶିକ ଭାବେ ଭରଣା କରିବା ପାଇଁ ମାରୁତି ସୁଜୁକି ଇଣ୍ଡିଆ ଏପ୍ରିଲରେ ଏହାର ମଡେଲ ରେଞ୍ଜର ମୂଲ୍ୟ ବୃଦ୍ଧି କରିବ ବୋଲି ଆଜି (ଗୁରୁବାର) ଘୋଷଣା କରିଛି।

ତେବେ, ଦେଶର ଏହି ଅନ୍ୟତମ ପ୍ରମୁଖ ଅଟୋମୋବାଇଲ କମ୍ପାନି ଆସନ୍ତା ମାସରୁ ଲାଗୁ ହେବାକୁ ଥିବା ଦର ବୃଦ୍ଧିର ପରିମାଣ ସଂପର୍କିିତ କୌଣସି ପ୍ରକାରର ଘୋଷଣା କରିନାହିଁ। ସାମଗ୍ରିକ ମୁଦ୍ରାସ୍ଫୀତି ଏବଂ ନିୟାମକ ଆବଶ୍ୟକତା ଯୋଗୁଁ କମ୍ପାନିର ମୂଲ୍ୟ ଚାପ ବୃଦ୍ଧି ପାଉଛି ବୋଲି ଅଟୋ ନିର୍ମାତା ଏକ ନିୟାମକ ଫାଇଲିଂରେ କହିଛନ୍ତି।

publive-image

କମ୍ପାନି ଖର୍ଚ୍ଚ ହ୍ରାସ କରିବା ଏବଂ ଆଂଶିକ ଭାବେ ଏହି ବୃଦ୍ଧିକୁ ଭରଣା କରିବା ପାଇଁ ସର୍ବାଧିକ ପ୍ରୟାସ କରୁଥିବା ବେଳେ ଏହାର କିଛି ପ୍ରଭାବ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ମାଧ୍ୟମରେ ଦେବା ଜରୁରୀ ହୋଇପଡ଼ିଛି।
ମାରୁତି ସୁଜୁକି ଇଣ୍ଡିଆ କହିଛି ଯେ କମ୍ପାନି ଏପ୍ରିଲ, ୨୦୨୩ରେ ଏହି ମୂଲ୍ୟ ବୃଦ୍ଧି ଯୋଜନା କରିଛି, ଯାହା ବିଭିନ୍ନ ମଡେଲରେ ଭିନ୍ନ ଭିନ୍ନ ପ୍ରକାରର ହେବ। ହୋଣ୍ଡା କାରସ, ଟାଟା ମୋଟର୍ସ ଏବଂ ହିରୋ ମୋଟୋକର୍ପ ସମେତ ଅନେକ ଗାଡ଼ି ନିର୍ମାତା ଆସନ୍ତା ଏପ୍ରିଲରୁ ନିଜ ନିଜର ଦର ବୃଦ୍ଧି ଘୋଷଣା କରିସାରିଲେଣି।

ଭାରତୀୟ ଅଟୋମୋବାଇଲଲ୍‌ ଶିଳ୍ପ ବର୍ତ୍ତମାନ ସେମାନଙ୍କ ଉତ୍ପାଦକୁ ବିଏସ୍‌ ୬ ନିର୍ଗମନ ମାନଦଣ୍ଡର ଦ୍ଵିତୀୟ ପର୍ଯ୍ୟାୟ ପୂରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି। ଏପ୍ରିଲ ପହିଲାରୁ ଗାଡ଼ିଗୁଡ଼ିକରେ ରିୟଲ ଟାଇମ୍‌ ଡ୍ରାଇଭିଂ ନିର୍ଗମନ ସ୍ତର ଉପରେ ନଜର ରଖିବା ପାଇଁ ଏକ ଅନ୍‌-ବୋର୍ଡ ସେଲ୍‌ଫ ଡାଇଗ୍ନୋଷ୍ଟିକ୍‌ ଡିଭାଇସ୍‌ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe