ଗୋବରରୁ ବାୟୋ ଗ୍ୟାସ୍‌ ଉତ୍ପାଦନ କରିବ ମାରୁତି

ସିଏନ୍‌ଜି ମଡେଲ୍‌ରେ ବ୍ୟବହାର କରିବ

ଗୋବରରୁ ବାୟୋ ଗ୍ୟାସ୍‌ ଉତ୍ପାଦନ କରିବ ମାରୁତି

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକି ଗୋବରରୁ ବାୟୋ ଗ୍ୟାସ୍‌ ଉତ୍ପାଦନ କରି ତାହାକୁ ନିଜର ସିଏନ୍‌ଜି ମଡେଲ୍‌ଗୁଡ଼ିକରେ ବ୍ୟବହାର କରିବା ଉପରେ କାମ କରୁଛି। ଏହି ମହତ୍ବକାଂକ୍ଷୀ ପ୍ରକଳ୍ପର କାମ ଆଗେଇ ଚାଲିଛି। ଗାଡ଼ିରୁ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରିବା ଲାଗି କଂପାନି କେବଳ ବ୍ୟାଟେରି ଚାଳିତ ଇଲେକ୍ଟ୍ରିକ୍ ଯାନ ଭିତରେ ନିଜ କାମକୁ ସମୀତ ରଖିବ ନାହିଁ। ସିଏନଜି, ବାୟାଗ୍ୟାସ୍ ଓ ଇଥାନଲ୍‌ ଭଳି ବିକଳ୍ପ ଇନ୍ଧନରେ ଚାଲିପାରୁଥିବା ଇଞ୍ଜିନ ବିକାଶ କରିବା ଉପରେ ମଧ୍ୟ କଂପାନି ଧ୍ୟାନ ଦେବ।

ଗୋବରରୁ ପ୍ରସ୍ତୁତ ବାୟୋଗ୍ୟାସ୍‌ ସମାଧାନ ବିକାଶ ହେବା ପରେ କଂପାନି ତାହାକୁ ଭାରତ ଭିତରେ ସୀମିତ ରଖିବ ନାହିଁ। ଦରକାର ପଡ଼ିଲେ ସେହି ସମାଧାନକୁ ଆଫ୍ରିକା, ଆସିଆନ୍ ଓ ଜାପାନକୁ ପ୍ରଦାନ କରିବ। ବାୟୋଗ୍ୟାସ୍‌ ଉତ୍ପାଦନ ଲାଗି ମାରୁତି ସୁଜୁକି ପକ୍ଷରୁ ନ୍ୟାସନାଲ୍ ଡେରି‌ ଡେଭେଲପମେଣ୍ଟ୍‌ ବୋର୍ଡ (ଏନ୍‌ଡିଡିବି) ସହ ବୁଝାମଣା ସ୍ବାକ୍ଷର କରାଯାଇଛି। ଉଭୟ ସଂସ୍ଥା ମିଳିତ ଭାବେ ୨୦୨୪ ମଧ୍ୟ ଭାଗ ସୁଦ୍ଧା ବାଣିଜ୍ୟିକ ଭିତ୍ତିରେ ବାୟୋ ଗ୍ୟାସ୍‌ ଉତ୍ପାଦନ କରିବା ଉପରେ କାମ କରୁଛନ୍ତି। ଆସନ୍ତା ବର୍ଷ କଂପାନି ଏହାର ପ୍ରଥମ ଇଲେକ୍ଟ୍ରିକ୍ ଗାଡ଼ି ବଜାରକୁ ଆଣିବାକୁ ଯୋଜନା ରଖିଛି। ଏହା ପରେ ପ୍ରତିବର୍ଷ ଗୋଟିଏ ଗୋଟିଏ ନୂଆ ଇଭି ମଡେଲ୍‌ ଆଣିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe