ଇମ୍ରାନଙ୍କୁ ହଟାଇବାକୁ ମରିୟମ ନୱାଜ ବଦ୍ଧପରିକର

Advertisment
ଇମ୍ରାନଙ୍କୁ ହଟାଇବାକୁ ମରିୟମ ନୱାଜ ବଦ୍ଧପରିକର

Business Standard

ଇସଲାମାବାଦ: ପାକିସ୍ତାନର ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାରର ପତନ ଘଟାଇବା ପାଇଁ ଲାଗିପଡ଼ିଛନ୍ତି। ୨୦୧୮ରୁ କ୍ଷମତାରେ ଥିବା ଖାନ୍ ଏବେ ତାଙ୍କ ରାଜନୈତିକ ଜୀବନର ଚରମ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ସୋମବାର ରାତିରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍‌ମେଣ୍ଟ (ପିଡିଏମ୍) ମେଣ୍ଟର ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମ୍‌ଏଲ୍‌-ଏନ୍) ଏବଂ ଜାମିଆତ ଉଲେମା-ଇ-ଇସଲାମ ଫଜଲ (ଜେୟୁଆଇ-ଏଫ୍) ଇସଲାମାବାଦରେ ଏକ ବିରାଟ ରୢାଲିର ଆୟୋଜନ କରିଥିଲେ। ପିଏମ୍‌ଏଲ୍‌-ଏନ୍ ଉପାଧ୍ୟକ୍ଷ ମରିୟମ ନୱାଜ ଏବଂ ପଞ୍ଜାବ ବିରୋଧୀ ଦଳ ନେତା ହାମଜା ଶେହବାଜ ମାର୍ଚ୍ଚ ୨୬ରୁ ଲାହୋରରୁ ରୢାଲି ଆରମ୍ଭ କରି ଦୁଇ ଦିନ ପରେ ଇସଲାମାବାଦରେ ପହଞ୍ଚିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ କହିଛନ୍ତି ଇମ୍ରାନ୍‌ ଖାନ୍‌ଙ୍କର ତାକତ ଅଛି ଯଦି ଅନାସ୍ଥା ଭୋଟ ଦିନ ତାଙ୍କ ସପକ୍ଷରେ ୧୭୨ ଜଣ ସାଂସଦ ଛିଡ଼ା କରାନ୍ତୁ । ଇମ୍ରାନ୍‌ଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେ ବଦ୍ଧପରିକର ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe