ନୂଆ ନିୟମ ଲାଗୁ ହେବା ପରେ ପ୍ରଥମ କରି ମାସ୍କ ପିନ୍ଧି ବୈଠକରେ ଯୋଗ ଦେଲେ ମନ୍ତ୍ରୀ

Advertisment
ନୂଆ ନିୟମ ଲାଗୁ ହେବା ପରେ ପ୍ରଥମ କରି ମାସ୍କ ପିନ୍ଧି ବୈଠକରେ ଯୋଗ ଦେଲେ ମନ୍ତ୍ରୀ

ndtv.com

ନୂଆଦିଲ୍ଲୀ: କରୋନା ଭାଇରସ୍ ସଙ୍କଟକୁ ନଜରରେ ରଖି ଆଜି ପ୍ରଥମ ଥର ପାଇଁ ମନ୍ତ୍ରୀମାନେ ମାସ୍କ ପିନ୍ଧି ବୈଠକରେ ଯୋଗ ଦେଇଥିବା ଦେଖା ଯାଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଏହି ମହାମାରୀର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବାକୁ ଡକାଯାଇଥିବା ବୈଠକରେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି।

ନିଜ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ମାସ୍କ ଏକାନ୍ତ ଆବଶ୍ୟକ ବୋଲି ଗତକାଲି ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତରପ୍ରଦେଶ ସରକାର ଘୋଷଣା କରିଥିଲେ । ଯାହା ପରେ ମନ୍ତ୍ରୀମାନେ ନୂଆ ଆଦେଶକୁ ପାଳନ କରି ମାସ୍କ ପିନ୍ଧି ବୈଠକରେ ଯୋଗ ଦେଇଥିବା ଜଣା ପଡିଛି |ଗତ ୨୪ଘଣ୍ଟା ମଧ୍ୟରେ ୫୪୦କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଭାରତର କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫,୭୩୪କୁ ବୃଦ୍ଧି ପାଇଛି। ଏହା ସହ ଭାରତରେ ମୃତ୍ୟୁ ସଂଖ୍ୟା ୧୬୬ରେ ପହଂଚିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe