ଏକାକୀ କାର୍‌ ଚଳାଇବା ବେଳେ ମଧ୍ୟ ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ: ଦିଲ୍ଲୀ ହାଇକୋର୍ଟ

Advertisment
ଏକାକୀ କାର୍‌ ଚଳାଇବା ବେଳେ ମଧ୍ୟ ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ: ଦିଲ୍ଲୀ ହାଇକୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: କାର୍‌କୁ ଏକ ‘ସର୍ବସାଧାରଣ ସ୍ଥାନ’ ଆଖ୍ୟା ଦେଇ ଜଣେ ଏକାକୀ କାର୍‌ ଚଳାଉଥିବା ବେଳେ ମଧ୍ୟ ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ପିନ୍ଧିଥିବା ଲୋକ ଏବଂ ତାଙ୍କ ଚତୁଷ୍ପାର୍ଶ୍ୱରେ ଥିବା ଲୋକମାନଙ୍କ ପାଇଁ ‘ମାସ୍କ୍‌’ ସୁରକ୍ଷା କବଚ ବୋଲି ଅଦାଲତ କହିଛନ୍ତି।

ଏକାକୀ କାର୍‌ ଚଳାଉଥିବା ବେଳେ ‘ମାସ୍କ୍‌’ ନ ପିନ୍ଧିଥିବାରୁ ଜରିମାନା ଆଦାୟ ହେବା ମାମଲାର ବିଚାର କରି ବିଚାରପତି ପ୍ରତିଭା ଏମ୍‌. ସିଂହ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।

ସେ କହିଲେ, ଆପଣ କାର୍‌ରେ ଏକଲା ଥିଲେ ବି ‘ମାସ୍କ୍‌’ ପିନ୍ଧିବା କଥାରେ ଆପତ୍ତି କରୁଛନ୍ତି କାହିଁକି? ‘ମାସ୍କ୍‌’ ଆପଣଙ୍କ ବ୍ୟକ୍ତିଗତ ସୁରକ୍ଷା ନିମିତ୍ତ ଅପରିହାର୍ଯ୍ୟ। ମହାମାରୀ ସଙ୍କଟ ବୃଦ୍ଧି ପାଇଛି। ଟିକା ନେଇ ଥାଆନ୍ତୁ ଅବା ନ ନେଇ ଥାଆନ୍ତୁ, ଜଣେ ‘ମାସ୍କ୍‌’ ପିନ୍ଧିବା ଉଚିତ।

publive-image Image Courtesy of Mint

ବିଶ୍ୱବ୍ୟାପୀ ବୈଜ୍ଞାନିକ ଏବଂ ସରକାରଙ୍କ ଉପଦେଶର ଦୃଷ୍ଟାନ୍ତ ଦେଇ ସେ କହିଲେ, କୋଭିଡ୍‌ରୁ ବର୍ତ୍ତିବା ପାଇଁ ଯେକୌଣସି ବ୍ୟକ୍ତି ଅନ୍ୟୂନ ‘ମାସ୍କ୍‌’ଟିଏ ପିନ୍ଧି ପାରିବେ।

ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରାଫିକ୍‌ ସଙ୍କେତ ପାଖରେ କାର୍‌ ଅଟକିଲେ, ଡ୍ରାଇଭର୍‌ମାନେ ସବୁବେଳେ ଝରକା କାଚ ତଳକୁ ଖସାଇ ଦିଅନ୍ତି। କରୋନାଭାଇରସ୍‌ ଏଡ଼େ ସଂକ୍ରାମକ ଯେ, ସେତେବେଳେ ମଧ୍ୟ ଜଣେ ଏହାଦ୍ୱାରା ସଂକ୍ରମିତ ହୋଇଯାଇ ପାରେ।

‘ମାସ୍କ୍‌’ ନ ପିନ୍ଧି ଏକାକୀ କାର୍‌ ଚଳାଉଥିବା ବେଳେ ଦିଲ୍ଲୀ ପୁଲିସ ହାବୁଡ଼ରେ ପଡ଼ି ୫୦୦ ଟଙ୍କା ଜରିମାନା ଦେଇଥିବା ଓକିଲ ସୌରଭ ଶର୍ମାଙ୍କ ପିଟିସନ୍‌କୁ ଆଧାର କରି ଅଦାଲତ ଏହି ରାୟ ଦେଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୂର୍ବରୁ ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ, ଏକଲା ଡ୍ରାଇଭର୍‌ କାର୍‌ ଚଳାଇବା ବେଳେ ‘ମାସ୍କ’ ନ ପିନ୍ଧିଲେ ଚଳିବ। କିନ୍ତୁ, ପ୍ରତି ରାଜ୍ୟ ଏଥିପାଇଁ ନିଜସ୍ୱ ଆଇନ କରି ତାହାକୁ ପ୍ରଣୟନ କରିପାରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe