ନୂଆଦିଲ୍ଲୀ: ସମଗ୍ର ଦେଶରେ ରଙ୍ଗର ପର୍ବ ହୋଲି ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି। ରଙ୍ଗରେ ରଙ୍ଗୀନ ହେବା ପୂର୍ବରୁ ହୋଲିକା ଦହନ କାର୍ଯ୍ୟକ୍ରମ ବି ସବୁ ସ୍ଥାନରେ ଆୟୋଜନ କରାଯାଇଛି। ଆଜି ସନ୍ଧ୍ୟାରେ ଦେଶରେ ଅନେକ ରାଜ୍ୟରେ ହୋଲିକା ଦହନ କରାଯିବ। ଏହି ହୋଲିକା ଦହନ ପ୍ରସ୍ତୁତ ସମୟରେ ମୁମ୍ବାଇର ବର୍ଲି ଅଞ୍ଚଳରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଚର୍ଚ୍ଚାରେ ରହିଛି। ତେବେ ବର୍ଲିିରେ ହୋଲିକା ସହିତ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ୍-ଇ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାରର ପୁତ୍ତଳିକା ଦାହ କରାଯିବ।
Mid-Dayମସୁଦ ଆଝାର ବ୍ୟତୀତ ମୁମ୍ବାଇରେ ପିୟୁବିଜି ଗେମ୍ର ବି ପୁତ୍ତଳିଆ ବନା ଯାଇଛି। ଯାହାର ଦହନ ବି ହୋଲିକା ସହିତ କରାଯିବ। ଏଭଳି ହୋଲିକା ଦହନ କାର୍ଯ୍ୟକ୍ରମର ଆୟୋଜନ କରିଥିବା ଆୟୋଜକଙ୍କ କହିବାନୁସାରେ, ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ମସୁଦ ଆଝାରର ପୁତ୍ତଳିକା ଜଳାଇବା ଉଦ୍ଦେଶ୍ୟ ହେଉଛି ଆତଙ୍କବାଦୀଙ୍କୁ ଏହି ଦୁନିଆରୁ ହଟାଇବା ପାଇଁ ଲୋକମାନଙ୍କୁ ବାର୍ତ୍ତା ଦେବା।
Follow Us