ମସୁଦ ଆଝାର ଆଫଗାନିସ୍ତାନରେ ଅଛି : ପାକିସ୍ତାନ

Advertisment
ମସୁଦ ଆଝାର ଆଫଗାନିସ୍ତାନରେ ଅଛି : ପାକିସ୍ତାନ

https://www.newsnation.in

ଇସଲାମାବାଦ : ଜେଇଏମ୍‌ (ଜୈସ ଏ ମହମ୍ମଦ) ମୁଖ୍ୟ ମସୁଦ ଆଝାର ଆଫଗାନିସ୍ତାନରେ ଅଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲୱଲ ଭୁଟ୍ଟୋ ଜରଦାରି ଆଜି ଏହା କହିଛନ୍ତି। ଆଫଗାନିସ୍ତାନରେ ଆଝାର ନାହିଁ ବୋଲି ତାଲିବାନ ମୁଖପାତ୍ର ନିକଟରେ ସ୍ପଷ୍ଟ କରିଥିବା ବେଳେ ପାକିସ୍ତାନ ବିଦେଶ ମନ୍ତ୍ରୀ ଆଜି ଅଲଗା କଥା କହିଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି, ଆଝାର ଆଉ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରସଙ୍ଗ ହୋଇ ନାହିଁ। ସେ ଏବେ ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତ୍ରିପାକ୍ଷିକ ପ୍ରସଙ୍ଗ ପାଲଟିଛି।

ଉଲ୍ଲେଖଯୋଗ୍ୟ ଯେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଆଝାର ଆଫଗାନିସ୍ତାନରେ ଥିବା ସଂକ୍ରାନ୍ତ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଏଭଳି ଆତଙ୍କବାଦୀ ସଂଗଠନ କେବଳ ପାକିସ୍ତାନ ମାଟିରୁ ପରିଚାଳିତ ହୋଇପାରିବ। ଆଝାରକୁ ପାକିସ୍ତାନକୁ ହସ୍ତାନ୍ତର କରିବାପାଇଁ ପାକିସ୍ତାନ ମଧ୍ୟ ତାଲିବାନ୍‌ ସରକାରକୁ ଏକ ଚିଠି ଲେଖିବାପରେ ତାଲିବାନ ମୁଖପାତ୍ର ଏହି ସ୍ପଷ୍ଟୀକରଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe