ମାସୁଦ ଆଝାର ଆରମ୍ଭ ମାତ୍ର, ଦେଖ ଆଗକୁ କ’ଣ ହେଉଛି: ପ୍ରଧାନମନ୍ତ୍ରୀ ମୋଦି

Advertisment
ବିଜେପି ୨୩୦ରୁ କମ୍‌ ଆସନ ପାଇଲେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ: ସୁବ୍ରମଣ୍ୟମ ସ୍ୱାମୀ

Image Courtesy of India Today

ନୂଆଦିଲ୍ଲୀ: ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମାସୁଦ ଆଝାରକୁ ଜାତିସଂଘ ସାର୍ବଜନୀନ ଆତଙ୍କବାଦୀ ଘୋଷଣା କରିବାର ନିଷ୍ପତ୍ତି ହେଉଛି ଆତଙ୍କବାଦର ବିଲୋପ ପାଇଁ ଭାରତ ଚଳାଇଥିବା ଉଦ୍ୟମର ସଫଳତା ଏବଂ ଭାରତର ଅଭିଯୋଗ ବିଶ୍ୱସ୍ତରରେ ଆଉ ହେୟଜ୍ଞାନ ହୋଇ ପାରିବ ନାହିଁ ବୋଲି ଏହା ପ୍ରମାଣ କରିଛି।

ରାଜସ୍ଥାନର ଜୟପୁର ଠାରେ ଏକ ରାଲିରେ କହିବା ବଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସୁଦ ଆଝାର ସମ୍ପର୍କରେ କହିଥିଲେ।

ସେ କହିଲେ ଜାତିସଂଘରୁ ମିଳିଥିବା ସଦ୍ୟତମ ଖବର ଅନୁସାରେ, ଜୈଶ-ଏ-ଅହମ୍ମଦ୍‌ର ମୁଖ୍ୟ ମାସୁଦ ଆଝାରକୁ ସାର୍ବଜନୀନ ଆତଙ୍କବାଦୀ ଘୋଷଣା କରାଯାଇଛି। ଏଇଟା ବଡ଼ ସଫଳତା।

ସେ ଆହୁରି କହିଲେ, ଦେଶର ନିରାପତ୍ତା ସଂକ୍ରାନ୍ତରେ ସ୍ପଷ୍ଟ ହେବା ହେଉଛି ଆମର ନୀତି ଓ କାର୍ଯ୍ୟ। ଦେଶ ପ୍ରତି ଯେଉଁଠି ବିପଦ ରହିଛି, ଆମେ ସେଠାକୁ ଯାଇ ଆକ୍ରମଣ କରିବୁ। ବିଜେପି ହେଉଛି ଶକ୍ତିଶାଳୀ ସରକାର।

ଦୀର୍ଘ ଦିନ ହେଲାଣି ଏବଂ ଏବେ ଯାହା ହେଉଛି ତାହା ସନ୍ତୋଷର କଥା। ଏ ହେଉଛି ନୂଆ ଭାରତ ଯେଉଁଠି ୧୩୦ କୋଟି ଲୋକଙ୍କ ଗର୍ଜନ ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି। ଭାରତର ଅଭିଯୋଗକୁ କେହି ଅବଜ୍ଞା କରି ପାରିବେ ନାହିଁ।

ଏଇଟା ଆରମ୍ଭ ମାତ୍ର। ଦେଖ ଆଗକୁ କ’ଣ ହେଉଛି।

ସେ ପୁଣି କହିଲେ, ଯେ ରିମୋଟ୍‌-ନିୟନ୍ତ୍ରିତ ବିଗତ ସରକାରରେ ପ୍ରଧାନମନ୍ତ୍ରୀଙ୍କ ପାଟି ମଧ୍ୟ ଶୁଭୁ ନ ଥିଲା। କିନ୍ତୁ ଏବେ ୧୩୦ କୋଟି ଭାରତୀୟଙ୍କ ଅଭିଯୋଗ ଜାତିସଂଘକୁ ପ୍ରଭାବିତ କରୁଛି।

ଚୌକିଦାର ଭାରତର ଗୁରୁତ୍ୱ ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe