ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ୍ ଆଝାର ମୃତ୍ୟୁ ଖବର ଏବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଏହି ମୃତ୍ୟୁକୁ ପାକିସ୍ତାନ ସରକାର ଆଧିକାରିକ ଭାବେ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାସୁଦ ଆଝାରର ମୃତ୍ୟୁ ଖବରରେ ସତ୍ୟତା ଥିବା କୁହାଯାଉଛି।
ତେବେ ମାସୁଦ ଅଝାର ଯକୃତ କର୍କଟରେ ମୃତ୍ୟୁମୁଖରେ ପଡ଼ିଛି ନା ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନାର ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକରେ ଗୁରୁତର ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛି ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।
/sambad/media/post_attachments/wp-content/uploads/2019/03/download-6-1-300x137.jpg)
ବିଦେଶୀ ଗୁଇନ୍ଦା ସୂତ୍ର ଅନୁସାରେ, ଭାରତୀୟ ବାୟୁସେନାର ଆକ୍ରମଣ ସମୟରେ ବାଲାକୋଟରେ ଥିବା ଜୈସ୍-ଇ-ମହମ୍ମଦର ସବୁଠାରୁ ବଡ଼ ଆତଙ୍କବାଦୀ ଶିବିରରେ ମାସୁଦ ଅଝାର ଉପସ୍ଥିତ ଥିଲା ଏବଂ ବୋମାମାଡରେ ଗୁରୁତର ଆହତ ହୋଇଥିଲା। ଯାହାପରେ ତାକୁ ପାକ୍ ସେନାର ସହାୟତାରେ ଚିକିତ୍ସା ଲାଗି ରାଓ୍ଵାଲପିଣ୍ଡିସ୍ଥିତ ସାମରିକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଗତକାଲି ତା’ର ମୃତ୍ୟୁ ହୋଇଥିବା କୁହାଯାଉଛି।
ହସ୍ପିଟାଲ୍ରେ ଥିବା ବେଳେ ଆଝାର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା ତାହା ବିଭିନ୍ନ ଟୁଇଟରୁ ସ୍ପଷ୍ଟ ହୋଇଛି। ପାକିସ୍ତାନର ଗିନି ଖାନ୍ ନାମ୍ନୀ ଜଣେ ଟୁଇଟର ବ୍ୟବହାରକାରୀ ଜନୈକା ସାମରିକ ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଟୁଇଟ କରିଛନ୍ତି ଯେ ମାସୁଦ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛି ଏବଂ ତାକୁ ଭେଣ୍ଟିଲେଟରରେ ରଖାଯାଇଛି।
Follow Us