Masood Azhar's family killed in air strike: 10 people killed Photograph: (sambad.in)
ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ଏକ ଶକ୍ତ ଝଟକା ଦେଇଛି। ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତ ଏହି ଅଭିଯାନର ନାମ ଅପରେସନ ସିନ୍ଦୂର ଦେଇଛି। ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି।
ଭାରତ ପକ୍ଷରୁ ପିଓକେରେ କରାଯାଇଥିବା ଅପରେସନ ସିନ୍ଦୂରରେ ମାସୁଦ ଅଜହରର ସମ୍ପୂର୍ଣ୍ଣ ପରିବାର ନିଶ୍ଚିହ୍ନ ହୋଇଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଭାରତ ମାସୁଦ ଅଜହରର ଘର ଉପରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରିପୋର୍ଟରେ କୁହାଯାଉଛି ମାସୁଦ ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି।
ଗୁଇନ୍ଦା ସୂଚନା ଆଧାରରେ ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ପାକିସ୍ତାନ ଏବଂ ପିଓକେ ଉଭୟ ଉପରେ ଆକ୍ରମଣ କରାଯାଇଥିଲା। ଆମେ ସାଧାରଣ ଲୋକଙ୍କର କୌଣସି କ୍ଷତି କରିନାହୁଁ।
ଅଧିକ ପଢ଼ନ୍ତୁ: ଅଧଘଣ୍ଟାରେ ସରିଲା ଅଧରାତିର ଆକ୍ରମଣ: ନ୍ୟାୟ ଆଣିଦେଲା ଅପରେସନ ସିନ୍ଦୂର...
ସର୍ବପ୍ରଥମେ, ସୱାଇ ନାଲା ଶିବିରକୁ ଟାର୍ଗେଟ କରାଯାଇଥିଲା। ଆମେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବାର ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲୁ। ୯ଟି ସ୍ଥାନରେ ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା। ପାକିସ୍ତାନର ଯେଉଁ ସ୍ଥାନରେ ଆକ୍ରମଣ ହୋଇଥିଲା ତାହା ହେଉଛି ସିଆଲକୋଟ। ସେଠାକାର ସରଜଲ ଶିବିର ଉପରେ ଆକ୍ରମଣ ହୋଇଥିଲା। ସେଠାରେ ଏକ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଶିବିର ଥିଲା ବୋଲି ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ: ଆମେ ଜାଣିଥିଲୁ ଭାରତ କିଛି କରିବ: ଅପରେସନ ସିନ୍ଦୂର ନେଇ ଟ୍ରମ୍ପ୍ଙ୍କ ପ୍ରତିକ୍ରିୟା
OperationSindoor | masood-azhar
Follow Us