୧୮ରୁ ମୌସୁମୀ ଅଧିବେଶନ:ସାଂସଦଙ୍କୁ ବାଚସ୍ପତିଙ୍କ ଆବେଗପୂର୍ଣ୍ଣ ଚିଠି

Advertisment
୧୮ରୁ ମୌସୁମୀ ଅଧିବେଶନ:ସାଂସଦଙ୍କୁ ବାଚସ୍ପତିଙ୍କ ଆବେଗପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ଚଳିତମାସ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ତେବେ ଅଧିବେଶନକୁ କିଭଳି ସୁଚାରୁ ରୂପେ ପରିଚାଳନା କରାଯିବ, ସେଥିପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସାଂସଦମାନଙ୍କ ନିକଟକୁ ଆବେଗଭରା ଚିଠି ଲେଖିଛନ୍ତି। ନୈତିକ ଦାୟିତ୍ୱ ପାଳନ କରିବା ପୂର୍ବକ ଯେମିତି ସାଂସଦମାନେ ଶୃଙ୍ଖଳାର ସହିତ ଗୃହକାର୍ଯ୍ୟ ଆଗକୁ ବଢ଼ାଇବେ ତାହା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଆମ ଦେଶର ସଂସଦ ଓ ଗଣତନ୍ତ୍ରକୁ ଆଖିରେ ରଖି ଆମକୁ ପୁଣିଥରେ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ସଂସଦର ମର୍ଯ୍ୟାଦା ଓ ପବିତ୍ରତାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଂସଦ ହେଉଛି ଗଣତନ୍ତ୍ରର ଏକ ପବିତ୍ର ମନ୍ଦିର ବୋଲି ଦୁଇପୃଷ୍ଠା ସମ୍ବଳିତ ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe