ଗୋଷ୍ଠୀ ପାକଶାଳା ଚଳାଇ ଖାଦ୍ୟ ଯୋଗାଣ

Advertisment
ଗୋଷ୍ଠୀ ପାକଶାଳା ଚଳାଇ ଖାଦ୍ୟ ଯୋଗାଣ

The Indian Express

ନୂଆଦିଲ୍ଲୀ : ମହାମାରୀ କୋଭିଡ–୧୯ର ସଂକ୍ରମଣ ଯୋଗୁ ଏବେ ଦେଶବ୍ୟାପୀ ଲକଡାଉନ୍‌ଜାରି ରହିଛି ଏବଂ ଏହାଦ୍ୱାରା ବ୍ୟାପକ ସଂଖ୍ୟକ ଦୁର୍ବଳ ଶ୍ରେଣୀର ଲୋକ ଭୋକ ଉପାସରେ ରହିବା ଭଳି ପରସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁମାନେ ଏଭଳି ଅଭୂତପୂର୍ବ ମହାମାରୀ ଏବଂ ଲକଡାଉନ୍‌ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି, ସେମାନେ ହେଲେ ଦିନ ମଜୁରିଆ, ଦେଶାନ୍ତରୀ ଶ୍ରମିକ, ବାସହୀନ, ଗରିବ ତଥା ସର୍ବଦା ବିଭିନ୍ନ ଆଡ଼େ ଘୂରି ବୁଲୁଥିବା ଯାଯାବର ଶ୍ରେଣୀର ଲୋକ। ଏଭଳି ପରିସ୍ଥିତିରେ ସେମାନଙ୍କୁ ଖାଦ୍ୟ ଯୋଗାଇବା ଦିଗରେ ଗୋଷ୍ଠୀ ପାକଶାଳା ହିଁ ଏକମାତ୍ର ସମାଧାନ ପନ୍ଥା ରୂପେ ମୁଣ୍ଡ ଟେକିଛି। ଏଭଳି ଗୋଷ୍ଠୀ ପାକଶାଳା ଆରମ୍ଭ କରାଯିବା ପଛରେ ଥିବା ମୂଳ ଉଦ୍ଦେଶ୍ୟଟି ହେଲା ସେହିଭଳି ଦୁର୍ବଳ ଓ ଗରିବ ଲୋକମାନଙ୍କୁ ଶସ୍ତାରେ ପୌଷ୍ଟିକ ଆହାର ଯୋଗାଇବା ଏବଂ ଯେଉଁମାନଙ୍କ ନିକଟରେ ଖାଦ୍ୟ ସଂଗ୍ରହ ପାଇଁ ଅର୍ଥ ନାହିଁ ସେମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା।

ଦେଶର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ଉପସ୍ଥିତି ଏବଂ ସେମାନଙ୍କର ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସହ ଥିବା ସଂପର୍କ ଏଭଳି ଗୋଷ୍ଠୀ ପାକଶାଳା/ ଦିଦିଙ୍କ କାଫେ କାର୍ଯ୍ୟ ସେମାନଙ୍କ ଉପରେ ନ୍ୟସ୍ତ କରିବା କାର୍ଯ୍ୟକୁ ସୁଗମ କରିପାରିଥିଲା। ଏହି କ୍ରମରେ ଦେଶର ପାଞ୍ଚଟି ରାଜ୍ୟ– ଓଡ଼ିଶା, ବିହାର, ଝାଡ଼ଖଣ୍ଡ, କେରଳ ଓ ମଧ୍ୟ ପ୍ରଦେଶରେ ଏଭଳି ଲକଡାଉନ୍‌ବେଳେ ପ୍ରାୟ ୧୦ ହଜାର ଗୋଷ୍ଠୀ ପାକଶାଳା ଆରମ୍ଭ କରାଯାଇଛି। ଏହିସବୁ ପାକଶାଳା ଉପରୋକ୍ତ ରାଜ୍ୟର ୭୫ଟି ଜିଲ୍ଲାରେ ବିସ୍ତାରିତ ଏବଂ ତାହା ଜରିଆରେ ପ୍ରାୟ ୭୦ ହଜାର ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କୁ ଦୈନିକ ଦୁଇଟି ଲେଖାଏଁ ମିଲ୍‌ଯୋଗାଇ ଦିଆଯାଉଛି। ଅନ୍ୟ ରାଜ୍ୟମାନେ ମଧ୍ୟ ଏଭଳି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe