ଇସ୍ରାଏଲ ଅଧିକୃତ ଗାଜା ହସ୍‌ପିଟାଲ୍‌ରେ ‘ଗଣକବର’: ୨୦୦ ମୃତଦେହ ଉଦ୍ଧାର

Advertisment
ଇସ୍ରାଏଲ ଅଧିକୃତ ଗାଜା ହସ୍‌ପିଟାଲ୍‌ରେ ‘ଗଣକବର’: ୨୦୦ ମୃତଦେହ ଉଦ୍ଧାର

IndiaToday

ଜେରୁଜେଲମ: ଗାଜାର ଖାନ୍‌ ୟୁନିସ୍‌ ନାସେର୍‌ ମେଡିକାଲ୍‌ କମ୍ପ୍ଲେକ୍ସକୁ ଇସ୍ରାଏଲ ସୈନ୍ୟ ଦୀର୍ଘ ଦିନ ଧରି ନିଜ ଅକ୍ତିଆରରେ ରଖିଥିଲେ। ଏପ୍ରିଲ୍‌ ୭ ତାରିଖରେ ଏହି ସ୍ଥାନରୁ ଇସ୍ରାଏଲ ପ୍ରତିରକ୍ଷା ବଳ (ଆଇଡିଏଫ୍‌) ପ୍ରତ୍ୟାହୃତ ହୋଇଛି। ଶନିବାର ଏହି ସ୍ଥାନରୁ ପ୍ରାୟ ୨ଶହ ବ୍ୟକ୍ତିଙ୍କ ଏକ ଗଣକବର ସ୍ଥଳକୁ ଠାବ କରାଯାଇଛି।

ଇସ୍ରାଏଲ ସୈନ୍ୟ ପ୍ରତ୍ୟାହୃତ ହେବା ପରେ ଅଞ୍ଚଳରେ ପାଲେଷ୍ଟାଇନ୍‌ ସିଭିଲ୍‌ ଡିଫେନ୍‌ସ ଫୋର୍ସ ସଦସ୍ୟଙ୍କ ଦ୍ବାରା ରିଲିଫ୍‌ ଆଦି କାର୍ଯ୍ୟ କରାଯାଉଥିଲା। ଶନିବାର ନାସେର୍‌ ମେଡିକାଲ୍‌ କମ୍ପ୍ଲେକ୍ସ ସ୍ଥଳରୁ ଏକ ଗଣକବର ଠାବ କରାଯାଇଥିଲା। ପୋତାଯାଇଥିବା ମୃତଦେହଗୁଡ଼ିକୁ ଉଦ୍ଧାର କରିବା କାର୍ଯ୍ୟ ରବିବାର ଯାଏଁ ଚାଲିଥିଲା। ଗଣକବର ସମ୍ପର୍କରେ ପ୍ରଥମେ ଅଲ୍‌ ଜଜିରା ଟିଭି ପ୍ରକାଶ କରିଥିଲା। ଉଦ୍ଧାର ହୋଇଥିବା ୧୮୦ଟି ମୃତଦେହ ମଧ୍ୟରୁ ଦୁଇ ତୃତୀୟାଂଶ ମୃତଦେହ ବୃଦ୍ଧା, ଶିଶୁ ଓ ଯୁବକଙ୍କର ଅଟେ। ଅନେକଙ୍କ ଦେହରେ ପୋଷାକ ନାହିଁ। ଏଥିରୁ ସେମାନଙ୍କୁ ମୃତ୍ୟୁ ପୂର୍ବରୁ ନିର୍ଯାତନା ଦିଆଯାଇଥିବା ଜଣାପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe