ବ୍ୟାପକ ଛାନଭିନ ଆରମ୍ଭ: ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ନଗ୍ନ ମୃତଦେହ ଉଦ୍ଧାର

Advertisment

ଉତ୍ତରପ୍ରଦେଶ କାନପୁରର ଗୁଜାଇନୀଠାରେ ଜାତୀୟ ରାଜପଥରେ ଗତକାଲି ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ମିଳିବା ପରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ମୃତଦେହକୁ ରାଜପଥରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଇଛି।

ଉତ୍ତରପ୍ରଦେଶ କାନପୁରର ଗୁଜାଇନୀଠାରେ ଜାତୀୟ ରାଜପଥରେ ଗତକାଲି ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ମିଳିବା ପରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ମୃତଦେହକୁ ରାଜପଥରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଇଛି।

ffhdhdtt

କାନପୁର: ଉତ୍ତରପ୍ରଦେଶ କାନପୁରର ଗୁଜାଇନୀଠାରେ ଜାତୀୟ ରାଜପଥରେ ଗତକାଲି ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ମିଳିବା ପରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ମୃତଦେହକୁ ରାଜପଥରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସକୁ କୌଣସି ସଫଳତା ମିଳି ନ ଥିବା ବେଳେ ମହିଳାଙ୍କୁ ଚିହ୍ନିବା ପାଇଁ ଉଦ୍ୟମ ଜାରି ରହିଛି। ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ରାଜପଥର ଅନ୍ୟ ପାର୍ଶ୍ୱରେ ଥିବା ଏକ ହସ୍ପିଟାଲର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି ଯେ ରାଜପଥରେ ମୃତଦେହ ମିଳିବାର କିଛି ଘଣ୍ଟା ପୂର୍ବରୁ  ଜଣେ ମହିଳା ଚାଲିଚାଲି ଯାଉଛନ୍ତି।

 ଫୁଟେଜରେ ମହିଳା ଜଣକ ଧୂସର ରଙ୍ଗର ଟ୍ରାଉଜର ପିନ୍ଧିଥିବା ବେଳେ ମୃତଦେହ ନିକଟରୁ ଏକ ଧୂସର ରଙ୍ଗର ପୋଷାକର ଖଣ୍ଡ ବି ମିଳିଛି। ଗତକାଲି ସକାଳ ୬ଟା ୧୫ରେ ପ୍ରଥମେ ମୃତଦେହ ଦେଖିବାକୁ ମିଳିଥିବା ପୁଲିସ କହିଛି। ଘଟଣାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ବର୍ତ୍ତମାନ ସିସିଟିଭି ଫୁଟେଜରେ ଥିବା ଫଟୋ ଦେଖାଇ ଅଞ୍ଚଳବାସୀଙ୍କୁ ମହିଳାଙ୍କ ବିଷୟରେ ଖୋଳତାଡ଼ କରୁଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ଦାନ୍ତ ଓ ହାଡ଼ର ନମୁନା ସଂଗ୍ରହ କରି ପରୀକ୍ଷା କରିଛନ୍ତି। ଲୋକସଭା ସାଂସଦ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏହି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe