ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ କଂଗ୍ରେସର ୮୦ ବରିଷ୍ଠ ନେତା ଦେଲେ ଗଣ-ଇସ୍ତଫା

Advertisment
ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ  ସମ୍ମାନ ଦେଇ କଂଗ୍ରେସର ୮୦ ବରିଷ୍ଠ ନେତା ଦେଲେ ଗଣ-ଇସ୍ତଫା

oneindia.com

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି। ପରାଜୟ ପାଇଁ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତି ନେଇଥିବା ରାହୁଲ ଗାନ୍ଧୀଙ୍କୁ ସମ୍ମାନ ଦେଇ ଦଳର ଆହୁରି ଅନେକ ବରିଷ୍ଠ ନେତା ଗଣ-ଇସ୍ତଫା ଦେବାକୁ ମନସ୍ଥ କରିଛନ୍ତି।

publive-image

କଂଗ୍ରେସର ଏହି ଗଣ-ଇସ୍ତଫା ପତ୍ର ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଏମାନେ ସମସ୍ତେ ପଦ ଛଡ଼ିବା ପରେ ଦଳର ସଂଗଠନ ମୂଳପୋଛ ହୋଇ ଶ୍ରୀହୀନ ହୋଇ ପଡ଼ିବ। ଦେଖିବାକୁ ମିଳିଛି ଯେ ପ୍ରାୟତଃ ୮୦ ଜଣ କଂଗ୍ରେସ ନେତା ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଇସ୍ତଫା ପତ୍ରରେ ଏହା ଲେଖା ଯାଇଛି ଯେ ‘ରାହୁଲ ଗାନ୍ଧୀଙ୍କ ସମ୍ମାନରେ ମୁଁ ତୁରନ୍ତ ମୋ ପଦରୁ ଇସ୍ତଫା ଦେବାକୁ ଚାହୁଁଛି।’

ଏମାନେ ସମସ୍ତେ ଇସ୍ତଫା ଦେଇ ରାହୁଲ ଗାନ୍ଧୀଙ୍କୁ ତାଙ୍କର ନୂଆ ଟିମ୍‌ ଗଠନ କରିବାର ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ଚାହିଁଛନ୍ତି। ରାହୁଲ ଚାହିଁଲେ ତାଙ୍କ ଇଚ୍ଛା ମୁତାବକ ନେତା ଚୟନ କରି ଦଳରେ ନୂଆ ସାଂଗଠନିକ ପଦରେ ସାମିଲ୍‌ କରାଇ ପାରିବେ ବୋଲି କଂଗ୍ରେସ ବରିଷ୍ଠ ନେତାମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe