ଆଇଏସ୍‌ର ଦାବି: ଆକ୍ରମଣକାରୀ ଆମର ସୈନିକ

Advertisment
ଆଇଏସ୍‌ର ଦାବି: ଆକ୍ରମଣକାରୀ ଆମର ସୈନିକ

ଲାସ୍‌ ଭେଗାସ୍‌: ଲାସ୍‌୍‌ ଭେଗାସରେ ଗୁଳିବର୍ଷା କରି ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଷ୍ଟିଫେନ୍‌୍‌ ପାଡୋକକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜ ‘ସୈନିକ’ ବୋଲି ଦାବି କରିଛି। ଆଇଏସ୍‌ ପକ୍ଷରୁ ଅନ୍‌୍‌ଲାଇନ୍‌ ବିବୃତିରେ କୁହାଯାଇଛି ଯେ ଷ୍ଟିଫେନ୍‌୍‌ ପାଡୋକ ଆଇଏସ୍‌ର ଜଣେ ସୈନିକ ଏବଂ ସେ ଏକାକୀ ଏଭଳି କାଣ୍ଡ ଘଟାଇବାରେ ସମର୍ଥ ହୋଇଛି। ଷ୍ଟିଫେନ୍‌ ନିକଟରେ ଇସ୍‌୍‌ଲାମ ଗ୍ରହଣ କରିଥିଲା ବୋଲି ଏହି ବିବୃତିରେ କୁହାଯାଇଛି। ତେବେ ଏ ସଂପର୍କିତ କୌଣସି ପ୍ରମାଣ ଆଇଏସ୍‌ ଦେଇନାହିଁ। ଲାସ୍‌ ଭେଗାସ୍‌ ପୁଲିସ ଆଇଏସ୍‌ର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଏ ବାବଦରେ କୌଣସି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ କରିଛି।

  • ଲାସ୍‌ ଭେଗାସ ଗୁଳିକାଣ୍ଡରେ ମୃତାହତଙ୍କ ପାଇଁ ଗଭୀର ସମବେଦନା। ଏହା ସଂପୂର୍ଣ୍ଣ ଭାବେ ଏକ ଶଇତାନର କାର୍ଯ୍ୟ। ଈଶ୍ୱର ସମସ୍ତଙ୍କୁ ସହାୟ ହୁଅନ୍ତୁ। ପୀଡ଼ିତଙ୍କୁ ଭେଟିବା ପାଇଁ ବୁଧବାର ଲାସ୍‌ ଭେଗାସ୍‌ ଗସ୍ତ କରିବି।

ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌

  • ଆଉ ଏକ ଜଘନ୍ୟ ଗଣହତ୍ୟାକୁ ଆମେରିକା ସାମ୍ନା କରିଛି। ମୃତାହତଙ୍କ ପରିବାର ପ୍ରତି ଗଭୀର ସମବେଦନା।

ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା

  • ଗୁଳିକାଣ୍ଡରେ ପୀଡ଼ିତଙ୍କ ପାଇଁ ମର୍ମାହତ। ଆମେରିକାରେ ଏଭଳି ବର୍ବରତା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହା ଏକ ଅକଳ୍ପନୀୟ ବର୍ବରତା ଦର୍ଶାଉଛି।

 ପୂର୍ବ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe