ଆମେରିକାରେ ନରସଂହାର: ୧୩ ବର୍ଷରେ୨୭୪ ଗଣଗୁଳିକାଣ୍ଡ, ୧୫୩୬ ମୃତ୍ୟୁ

ଗନ୍‌ ଲବି ଆଗରେ ରାଷ୍ଟ୍ରପତି ଅସହାୟ

ଆମେରିକାରେ ନରସଂହାର: ୧୩ ବର୍ଷରେ୨୭୪ ଗଣଗୁଳିକାଣ୍ଡ, ୧୫୩୬ ମୃତ୍ୟୁ

MarketWatch

ୱାସିଂଟନ୍‌: ଟେକ୍ସାସ୍‌ର ଏକ ସ୍କୁଲ୍‌ରେ ଗତକାଲି ଗୁଳିକାଣ୍ଡ‌ ଯୋଗୁଁ ୧୯ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଆମେରିକା ସମେତ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି। ଆମେରିକାର ଗନ୍‌ କଣ୍ଟ୍ରୋଲ୍‌ ଗ୍ରୁପ୍‌ ସୂଚନା ଅନୁଯାୟୀ, ଚଳିତ ବର୍ଷର ଏହା ଅଷ୍ଟମ ବିଦ୍ୟାଳୟ ଗଣଗୁଳିକାଣ୍ଡ। ନ୍ୟୁୟର୍କରେ ଏକ ସୁପରମ‌ାର୍କେଟ୍‌ରେ ୧୦ ଜଣ ଆଫ୍ରିକୀୟ-ଆମେରିକୀୟଙ୍କୁ ଗୁଳି କରି ହତ୍ୟା କରାଯିବାର ମାତ୍ର ୧୦ ଦିନ ପରେ ଏହି ଗୁଳିକାଣ୍ଡ ହୋଇଛି। ଗତ ସପ୍ତାହରେ ଆମେରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ସଂସ୍ଥା କହିଥିଲା ଯେ, ୨୦୨୦ରେ ଆମେରିକାରେ ଗୁଳିକାଣ୍ଡଜନିତ ମୃତ୍ୟୁସଂଖ୍ୟା ଅତି ସଂଘାତିକ ଭାବେ ବୃଦ୍ଧି ପାଇଛି। ଗଣ ଗୁଳିକାଣ୍ଡ ମାମଲାରେ ଆଶାତୀତ ବୃଦ୍ଧି ଘଟିଛି। ୨୦୦୯ ପରଠାରୁ ଆମେରିକାରେ ୨୭୪ଟି ଗଣ ଗୁଳିକାଣ୍ଡ ହୋଇଛି। ଏଥିଯୋଗୁଁ ୧୫୩୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯୮୩ ଜଣ ଆହତ ‌ହୋଇଛନ୍ତି। ଆମେରିକାରେ ଅସ୍ତ୍ରଶସ୍ତ୍ର ସଂଖ୍ୟା ମଧ୍ୟ ବଢ଼ୁଛି। ଆମେରିକାରେ ବନ୍ଧୁକ କମ୍ପାନିମାନେ ଖୋଲା ବଜାର ପାଇଁ ପ୍ରତିବର୍ଷ ୧୩୯ ନିୟୁତରୁ ଅଧିକ ବନ୍ଧୁକ ଉତ୍ପାଦନ କରୁଛନ୍ତି। ଆମେରିକାରେ ଚଳିତ ବର୍ଷ ମୋଟ୍‌ ୧୯୯ଟି ଗଣ ଗୁଳିକାଣ୍ଡ ହୋଇଛି। ଏହାର ଅର୍ଥ ପ୍ରତି ସପ୍ତାହରେ ହାରାହାରି ୧୦ଟି ଗୁଳିକାଣ୍ଡ ହେଉଛି।

ଗତକାଲି ଟେକ୍ସାସ ଗୁଳିକାଣ୍ଡ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶର ବନ୍ଧୁକ ଆଇନରେ ବଡ଼ ପରିବର୍ତ୍ତନ ଆଣିବାକୁ ଘୋଷଣା କରିଛନ୍ତି। ସରକାର ଗନ୍‌ ଲବି ଆଗରେ ଅସହାୟ ହେଉଥିବାରୁ ବର୍ତ୍ତମାନର ସ୍ଥିତି ଆସିଛି ବୋଲି ସେ କହିଛନ୍ତି। ଆମେରିକାର ପୂର୍ବ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ଏବଂ ବାରାକ ଓବାମା ଗନ୍‌ ଲବି ବିରୋଧରେ କଠୋର ପଦକ୍ଷେପ ଘୋଷଣା କରିଥିଲେ କିନ୍ତୁ ସେମାନଙ୍କ ଶାସନ କାଳରେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ୧୯୯୯ରୁ ଗୋଟିଏ ପରେ ଗୋଟିଏ ଗଣ ଗୁଳିକାଣ୍ଡ ଆମେରିକାକୁ ଦୋହଲାଇ ଦେଉଥିଲେ ମଧ୍ୟ ଅତି ଶକ୍ତିଶାଳୀ ଗନ୍‌ ଲବି ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଛି। ଓବାମା ଦ୍ବିତୀୟ ବାର ରାଷ୍ଟ୍ରପତି ହେବାପରେ ଗନ୍‌ ସଂସ୍କୃତି ବିରୋଧରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe