ନୂଆଦିଲ୍ଲୀ: ଦିଲ୍ଲୀର ସଞ୍ଜୟ ଗାନ୍ଧି ଟ୍ରାନସ୍ପୋର୍ଟ ନଗର ଠାରେ ମଙ୍ଗଳବାର ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ୫ ଜଣ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୌଣସି କାରଣରୁ ଗୋଦାମରେ ଆଜି ଅପରାହ୍ନ ୪ଟା ୨୦ରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସଂପର୍କରେ ସୂଚନା ମିଳିବା ପରେ ଅଗ୍ନିସମ ବିଭାଗର ୧୧ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଆଗ୍ନିକମାନେ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଗୋଦମର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା।
ଦିଲ୍ଲୀ ଅଗ୍ନିସମ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତରଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ବି ଗୋଦାମ ଭିତରେ ରଖାଯାଇଥିବା ସିଏନ୍ଜି କିଟ୍ ଯୋଗୁଁ ଏହି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।
Follow Us