ଜାପାନରେ ୭.୨ତୀବ୍ରତାର ଭୂକମ୍ପ ଅନୁଭୂତ, ସୁନାମିି ଆଲର୍ଟ ଜାରି କଲା ଜାପାନ ପାଣିପାଗ ବିଭାଗ

Advertisment
ଜାପାନରେ ୭.୨ତୀବ୍ରତାର ଭୂକମ୍ପ ଅନୁଭୂତ, ସୁନାମିି ଆଲର୍ଟ ଜାରି କଲା ଜାପାନ ପାଣିପାଗ ବିଭାଗ

indiatoday

ନୂଆଦିଲ୍ଲୀ: ଥରିଲା ଜାପାନ। ଆଜି ଜାପାନରେ ୭.୨ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ଅଧିକ ଥିବାରୁ ଦେଶର ଉତ୍ତର-ପୂର୍ବ ଉପକୂଳ ପାଇଁ ସୁନାମିି ଆଲର୍ଟ ଜାରି କରିଛି ଜାପାନ ପାଣିପାଗ ବିଭାଗ। ତେବେ ଭୂକମ୍ପ କାରଣରୁ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ କୌଣସି ତଥ୍ୟ ମିଳିପାରି ନାହିଁଁ।

ଏହି ଭୂକମ୍ପ ଇଶିନୋମାକିଠାରୁ ୩୪କିଲୋମିଟର (୨୧ମାଇଲ) ପୂର୍ବରେ ୬୦କିଲୋମିଟର (୩୭ମାଇଲ) ଗଭୀରରେ ଅନୁଭୂତ ହୋଇଛି। ତେବେ ତୀବ୍ରତା ଅଧିକ ଥିବାରୁ ସୁନାମି ଆସିବାର ଆଶଙ୍କା ଅଧିକ ବଢ଼ିଯାଇଛି। ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯିବା ସହ ଦେଶର ଉତ୍ତର-ପୂର୍ବ ଉପକୂଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

publive-image ndtv

ଏହା ପୂର୍ବରୁ ଫେବ୍ରୁଆରି ୧୩ରେ ଜାପାନର ଫୁକୁସିମା ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଥିଲା। ତେବେ ଜାପାନର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ସୁନାମି ନେଇ କୌଣସି ସତର୍କତା ଜାରି କରାଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe