ତୃତୀୟ ମହାପଞ୍ଚାୟତରେ ବିଶାଳ ଚାଷୀ ସମାବେଶ

Advertisment

ଶନିବାର ଯାଏ ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ୍‌ ସେବା ବନ୍ଦ

ଶନିବାର ଯାଏ ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ୍‌ ସେବା ବନ୍ଦ

ତୃତୀୟ ମହାପଞ୍ଚାୟତରେ ବିଶାଳ ଚାଷୀ ସମାବେଶ

ବାଗପତ୍‌/ବାଲିଆ (ଉତ୍ତରପ୍ରଦେଶ): ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବେ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ଇଲାକାକୁ ବ୍ୟାପିବାରେ ଲାଗିଛି। ପରିଣତି ସ୍ବରୂପ ଉତ୍ତରପ୍ରଦଦେଶର ବାଗପତ୍‌ଠାରେ ତୃତୀୟ ଚାଷୀ ମହାପଞ୍ଚାୟତରେ ବିଶାଳ ସମାବେଶ ଦେଖିବାକୁ ମିଳିଛି। ଅପରପକ୍ଷେ, ସିକନ୍ଦରପୁର ଥାନା ଇଲାକାର ୨୨୦ ଜଣ ଟ୍ରାକ୍ଟର ମାଲିକଙ୍କୁ ପୁଲିସ ନୋଟିସ୍‌ ଜାରି କରିଥିବା ବେଳେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ସେମାନଙ୍କୁ ଡରାଇବା ଲାଗି ପୁଲିସ ଏପରି କରିଛି ବୋଲି ଏସ୍‌ପି ନେତା ରାମ ଗୋବିନ୍ଦ ଚୌଧୁରୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ତହସିଲ ଖେଳପଡ଼ିଆରେ ଆୟୋଜିତ ଏହି ସର୍ବ ଖାପ୍‌ ମହାପଞ୍ଚାୟତରେ ସାମିଲ ହେବା ଲାଗି ଆଖପାଖ ଜିଲ୍ଲାରୁ ଚାଷୀଙ୍କ ସୁଅ ଛୁଟିଥିଲା। ହାତରେ ତ୍ରିରଙ୍ଗା ଓ ଚାଷୀ ସଂଗଠନର ପତାକା ଧରି ଚାଷୀମାନେ ଆନ୍ଦୋଳନକୁ ସମର୍ଥନ ଜଣାଇବା ଲାଗି ଟ୍ରାକ୍ଟର ଡାଲାମାନଙ୍କରେ ବସି ମହାପଞ୍ଚାୟତସ୍ଥଳରେ ପହଞ୍ଚିଥିଲେ। ସୂଚନା ଥାଉ କି, ଗତ ଶୁକ୍ରବାର ମୁଜାଫରନଗର ଓ ଶନିବାର ମଥୁରା ପରେ ରବିବାର ବାଗପତ୍‌ରେ ଏହି ତୃତୀୟ ମହାପଞ୍ଚାୟତ ବସିଥିଲା।

ସେହିପରି ପୁଲିସ ପ୍ରତିଶୋଧ ପରାୟଣ ହୋଇ ଟ୍ରାକ୍ଟର ମାଲିକମାନଙ୍କୁ ନୋଟିସ୍‌ ଜାରି କରିଛି ବୋଲି ଅଭିଯୋଗ ଉଠିଛି। ଅପରପକ୍ଷେ, ଉକ୍ତ ଟ୍ରାକ୍ଟରଗୁଡ଼ିକ ବ୍ୟାବସାୟିକ କାର୍ଯ୍ୟ ପାଇଁ ସର୍ବସାଧାରଣ ରାସ୍ତାରେ ଚଳାଚଳ କରିବା ସହ ନାବାଳକମାନେ ମଧ୍ୟ ଗାଡ଼ି ଚଳାଉଛନ୍ତି। ଫଳରେ ଦୁର୍ଘଟଣା ଘଟୁଛି ବୋଲି ପୁଲିସ ସଫେଇ ଦେଇଛି।

ଶନିବାର ଯାଏ ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ୍‌ ସେବା ବନ୍ଦ
ନୂଆଦିଲ୍ଲୀ: ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କ ଧାରଣାର କେନ୍ଦ୍ରସ୍ଥଳ ଭାବେ ପରିଚିତ ସିଙ୍ଘୁ, ଗାଜିପୁର ଓ ଟିକ୍ରି ଆଦି ନୂଆଦିଲ୍ଲୀର ସୀମାନ୍ତ ସ୍ଥାନମାନଙ୍କରେ ବନ୍ଦ ଥିବା ଇଣ୍ଟରନେଟ୍‌ ସେବା ଆଗାମୀ ଶନିବାର ଯାଏଁ ବନ୍ଦ ରହିବ ବୋଲି ଜଣାଯାଇଛି। ଚାଷୀମାନଙ୍କ ଆନ୍ଦୋଳନ ଦିନକୁ ଦିନ ହିଂସାତ୍ମକ ମୋଡ଼ ନେଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତ ଶନିବାର ସଂପୃକ୍ତ ସ୍ଥାନମାନଙ୍କରେ ମାତ୍ର ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ କରିଥିଲେ। ହରିଆଣା ସରକାର ମଧ୍ୟ କିଛି ଜିଲ୍ଲାରେ ଅନୁରୂପ ପଦକ୍ଷେପ ନେଇଛନ୍ତି। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ତର୍ଜମା କରି ସରକାର ଦିଲ୍ଲୀ ସୀମାନ୍ତ ଏହି ସବୁ ସ୍ଥାନମାନଙ୍କରେ ଇଣ୍ଟରନେଟ୍‌ ସେବାକୁ ଆଗାମୀ ଶନିବାର ଯାଏ ବନ୍ଦ ରଖିବାକୁ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe