Rithala Metro Station: ଦିଲ୍ଲୀର ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଭୀଷଣ ଅଗ୍ନିକାଣ୍ଡ: ୫୦୦ ଝୁମ୍ପୁଡ଼ି ଭସ୍ମୀଭୂତ, ଜଣେ ମୃତ

ଦିଲ୍ଲୀର ରୋହିଣୀ ଅଞ୍ଚଳର ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଗତରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦୦ ଝୁମ୍ପୁଡ଼ି  ଭସ୍ମୀଭୂତ ହୋଇଯାଇଛି। ଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

adggdadgazcvvc

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳର ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଗତରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦୦ ଝୁମ୍ପୁଡ଼ି  ଭସ୍ମୀଭୂତ ହୋଇଯାଇଛି। ଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ରାତି ୧୧ଟା ପରେ ରୋହିଣୀ ସେକ୍ଟର-୫ର ଦିଲ୍ଲୀ ଜଳ ବୋର୍ଡ କର୍ମଚାରୀ କ୍ୱାର୍ଟର୍ସ ନିକଟସ୍ଥ ଝୁମ୍ପୁଡ଼ି ବସ୍ତିରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା ଏବଂ ଘନ କଳା ଧୂଆଁ ଚାରିଆଡ଼େ ଛାଇ ଯାଇଥିଲା।

ଆତଙ୍କିତ ବସ୍ତିବାସିନ୍ଦା ନିଆଁରୁ ବଞ୍ଚିବା ପାଇଁ ନିଜ ଜିନିଷପତ୍ର ସହ ଦୌଡ଼ିଥିଲେ। ଜଣେ ବାସିନ୍ଦା କହିଛନ୍ତି, ‘ଏହା ଏକ ଦୁଃସ୍ବପ୍ନ ପରି ଥିଲା,  ଆକାଶ ନିଆଁ ଓ ଧୂଆଁରେ ଭରି ଯାଇଥିଲା।’ ଦିଲ୍ଲୀ ଅଗ୍ନିଶମ ସେବା  ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ତ୍ବରାନ୍ବିତ କରିଥିବା ବେଳେ ପୁଲିସ ବାହିନୀ  ସହାୟତାରେ ତତ୍ପରତାର ସହ ଉଦ୍ଧାର କାର୍ଯ୍ୟ କରାଯାଇଛି। ଆଜି  ସକାଳେ ନିଆଁ ନିୟନ୍ତ୍ରଣକୁ ଆସିଥିଲା। ମୁନ୍ନା ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଜଳିଯାଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ  ୩୦ ବର୍ଷୀୟ ରାଜେଶ ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe