ବାଂଲାଦେଶ ‘କଣ୍ଟେନର୍‌ ଡିପୋ’ରେ ବ୍ୟାପକ ଅଗ୍ନିକାଣ୍ଡ: ୩୫ ମୃତ, ୪୫୦ରୁ ଊର୍ଦ୍ଧ୍ବ ଆହତ

Advertisment
ବାଂଲାଦେଶ ‘କଣ୍ଟେନର୍‌ ଡିପୋ’ରେ ବ୍ୟାପକ ଅଗ୍ନିକାଣ୍ଡ: ୩୫ ମୃତ, ୪୫୦ରୁ ଊର୍ଦ୍ଧ୍ବ ଆହତ

Image Courtesy of Zee News

ଢାକା: ଦକ୍ଷିଣପୂର୍ବ ବାଂଲାଦେଶର ସ୍ଥଳ ଭାଗରେ ଥିବା ଗୋଟାଏ ‘‌କଣ୍ଟେନର୍‌ ଡିପୋ’ରେ (ପାଣି ଜାହାଜରେ ଆସିଥିବା ସାମଗ୍ରୀ ରଖିବା ସ୍ଥାନ) ବ୍ୟାପକ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୩୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ବୋଲି ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ସେମାନେ ଆହୁରି ମଧ୍ୟ କହିଛନ୍ତି, ଶନିବାର ରାତିରେ ବନ୍ଦର ନଗରୀ ଚିଟ୍ଟାଗଙ୍ଗଠାରୁ ୪୦ କିଲୋମିଟର୍‌ ଦୂର ସୀତାକୁଣ୍ଡରେ ଥିବା କଣ୍ଟେନର୍‌ ଡିପୋରେ ନିଆଁ ଲାଗିଯାଇ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ହେବା ପରେ ଅନେକ କଣ୍ଟେନର୍‌ ଫାଟି ଯାଇଥିଲା।

ନିଆଁ ଲିଭାଇବା ପାଇଁ ଦମକଳ ବାହିନୀର କର୍ମଚାରୀମାନେ ଆଜି ସକାଳ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଥିଲେ ବୋଲି ଅଗ୍ନିଶମ ସେବା ଅଧିକାରୀ ଫାରୁକ୍‌ ହୁସେନ୍‌ ଶିକ୍‌ଦର୍‌ କହିଛନ୍ତି। ବ‌ିସ୍ଫୋରଣ ପ୍ରକୋପରେ ଆଖପାଖରେ ଥିବା ଘରର ଝରକା କାଚ ଭାଙ୍ଗିପଡ଼ିଥିଲା।

publive-image Image Courtesy of The Business Standard

କେତେକ ଆହତଙ୍କ ଅବସ୍ଥା ସଙ୍କଟଜନକ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ଚିଟ୍ଟାଗଙ୍ଗ ସିଭିଲ୍‌ ସର୍ଜନ୍‌ ମହମ୍ମଦ୍‌ ଏଲିଆସ୍‌ ‌ହୁସେନ୍‌ କହିଛନ୍ତି। ଆହତମାନଙ୍କ ମଧ୍ୟରେ କେତେକ ଦମକଳ ଓ ପୁଲିସ କର୍ମଚାରୀ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ପରିସ୍ଥିତିର ମୁକାବିଲା ନିମନ୍ତେ ସେ ଜିଲ୍ଲାରେ ଥିବା ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରିବା ସହିତ ଜରୁରୀ ଭିତ୍ତିରେ ରକ୍ତ ଦାନ କରିବା ପାଇଁ ଆହ୍ବାନ ଦେଇଛନ୍ତି।

କ’ଣ ପାଇଁ ନିଆଁ ଲାଗିଲା, ତାହା ହଠାତ୍‌ ଜଣାପଡ଼ିନାହିଁ। ହାଇଡ୍ରୋଜେନ୍‌ ପିରୋକ୍ସାଇଡ୍‌ ଥିବା କୌଣସି କେଣ୍ଟେନର ଜଳି ତୁରନ୍ତ ଚାରିଆଡ଼କୁ ନିଆଁ ବ୍ୟାପିଯାଇଥାଇ ପାରେ ବୋଲି ଅଗ୍ନିଶମ ସେବା ଅଧିକାରୀମାନଙ୍କର ସନ୍ଦେହ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe