ଦିଲ୍ଲୀର ଜାମିଆ ନଗରରେ ଭୀଷଣ ଅଗ୍ନିକାଣ୍ଡ: ପୋଡ଼ିଗଲା ଅନେକ କାର୍‌ ଓ ଇ-ରିକ୍‌ସା

Advertisment
ଦିଲ୍ଲୀର ଜାମିଆ ନଗରରେ ଭୀଷଣ ଅଗ୍ନିକାଣ୍ଡ: ପୋଡ଼ିଗଲା ଅନେକ କାର୍‌ ଓ ଇ-ରିକ୍‌ସା

Image Courtesy of ANI

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଦିଲ୍ଲୀର ଜାମିଆ ନଗରସ୍ଥିତ ଇଲେକ୍ଟ୍ରିକ୍‌ ମୋଟୋର୍‌ ପାର୍କିଙ୍ଗ୍‌ରେ ଭୀଷଣ ଅଗ୍ନିକାଣ୍ଡ ଘଟି ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି।

ଦିଲ୍ଲୀ ଅଗ୍ନିଶମ ସେବା କହିବା ଅନୁସାରେ, ଜାମିଆ ନଗର ଅନ୍ତର୍ଗତ ମେନ୍‌ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଙ୍ଗ୍‌ସ୍ଥଳରେ ନିଆଁ ଲାଗିଛି ବୋଲି ଭୋର୍‌ ପ୍ରାୟ ୫.୦୨ ସମୟରେ ଫୋନ୍‌ ପାଇଥିଲୁ। ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ ୧୧ଟି ଦମକଳ ପଠାଯାଇଥିଲା। କିଛି, ସମୟ ପରେ ନିଆଁ ଲିଭାଇ ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ‌ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳିନାହିଁ।

publive-image Image Courtesy of Latestly

ସମୁଦାୟ ୧୦ଟି କାର୍‌, ୧ଟି ମଟର୍‌ସାଇକେଲ୍‌, ୨ଟି ସ୍କୁଟି, ୩୦ଟି ନୂଆ ଓ ୫୦ଟି ପୁରୁଣା ଇ-ରିକ୍ସାରେ ନିଆଁ ଲାଗିଥିବା ବେଳେ ସେଗୁଡ଼କ ମଧ୍ୟରୁ ଅନେକ ଭସ୍ମୀଭୂତ ହୋଇଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି।

ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଗତ କେତେ ସପ୍ତାହ ହେବ ଦିଲ୍ଲୀରେ କ୍ରମାଗତ ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ହୋଇଆସୁଛି। ସେଥିରୁ ମୁଣ୍ଡକାରେ ଘଟିଥିବା ଅଗ୍ନିକାଣ୍ଡଟି ସବୁଠୁ ଭୟାବହ ଥିଲା। ଏଥିରେ ୨୭ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe