‘ପିଏଫ୍‌ଆଇ’ ଉପରେ ‘ଏନ୍‌ଆଇଏ’ର ବ୍ୟାପକ ଚଢ଼ଉ: ୧୦ଟି ରାଜ୍ୟରୁ ଶତାଧିକ ସଦସ୍ୟ ଗିରଫ

Advertisment
‘ପିଏଫ୍‌ଆଇ’ ଉପରେ ‘ଏନ୍‌ଆଇଏ’ର ବ୍ୟାପକ ଚଢ଼ଉ: ୧୦ଟି ରାଜ୍ୟରୁ ଶତାଧିକ ସଦସ୍ୟ ଗିରଫ

Image Courtesy of India Today

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଘଟଣା ଯୋଗୁଁ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ବୁଧବାର ରାତିରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲ୍‌ନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟରେ ଥିବା ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ପିଏଫ୍‌ଆଇ) ଉପରେ ବ୍ୟାପକ ଚଢ଼ଉ ଆରମ୍ଭ କରି ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି।

ଏହା ହେଉଛି ଦେଶରେ ‘ପିଏଫ୍‌ଆଇ’ ଓ ତା’ର ସମ୍ପୃକ୍ତି ଥିବା ସ୍ଥାନଗୁଡ଼ିକ ଉପରେ ‘ଏନ୍‌ଆଇଏ’ର ସବୁଠୁ ବଡ଼ଧରଣର ଚଢ଼ଉ। ୧୦ଟି ରାଜ୍ୟରେ ଚାଲିଥିବା ଏହି ଚଢ଼ଉ‌ରେ ପ୍ରାୟ ୨୦୦ ‘ଏଏନ୍‌ଆଇ’ କର୍ମଚାରୀ ସାମିଲ ହୋଇଛନ୍ତି।

ଆତଙ୍କବାଦକୁ ପାଣ୍ଠି ଯୋଗାଣ, ତାଲିମ ଶିବିର ଆୟୋଜନ ଏବଂ ନିଷିଦ୍ଧ ସଙ୍ଗଠନଗୁଡ଼ିକରେ ଯୋଗ ଦେବାକୁ ଲୋକମାନଙ୍କର ମତି ପରିବର୍ତ୍ତନ କରାଇବାରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ସେମାନେ ତଲାସ ଚଳାଇଛନ୍ତି।

ଗତ ମଧ୍ୟରାତ୍ରରୁ ମାଲାପ୍ପୁରମ୍‌ ଜିଲ୍ଲାର ମଂଜେରିସ୍ଥିତ ‘ପିଏଫ୍‌ଆଇ’ ଅଧ୍ୟକ୍ଷ ଓ.ଏମ୍‌.ଏ. ସଲାମ୍‌ ଏବଂ ‘ପିଏଫ୍‌ଆଇ’ କାର୍ଯ୍ୟାଳୟଗୁଡ଼ିକ ସମେତ ‘ପିଏଫ୍‌ଆଇ’ ନେତାମାନଙ୍କ ଘରେ ‘ଏନ୍‌ଆଇଏ’ ଓ ‘ଇଡି’ ଚଢ଼ଉ ଚଳାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

publive-image Image Courtesy of NDTV

ତେଣେ, ଚଢ଼ଉ ଚାଲିଥିବା ବ‌େଳେ ଓ.ଏମ୍‌.ଏ. ସଲାମ୍‌ଙ୍କ ବାସଭବନ ବାହାରେ ‘ପିଏଫ୍‌ଆଇ’ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଅଳ୍ପ କିଛି ଦିନ ହେବ ‘ପିଏଫ୍‌ଏ’ ଲିଙ୍କ୍‌ ଥିବା ଡଜନାଧିକ ମାମଲା ପଞ୍ଜିକରଣ କରିଛି। ‘ପିଏଫ୍‌ଆଇ’ ଲିଙ୍କ୍‌ ଥିବା ଘଟଣାରେ ନିକଟ ଅତୀତରେ ‘ଏନ୍‌ଆଇଏ’ ସମଗ୍ର ଦେଶରେ ଶତାଧିକ ସ୍ଥାନରେ ଚଢ଼ଉ କରିସାରିଲାଣି।

ସେପ୍ଟେମ୍ବର ୧୮ ତାରିଖରେ ମଧ୍ୟ ‘ଏନ୍‌ଆଇଏ’ ସମଗ୍ର ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଚଢ଼ଉ କରି ଜେରା କରିବା ନିମନ୍ତେ ‘ପିଏଫ୍‌ଆଇ’ ସଦସ୍ୟମାନଙ୍କୁ ଉଠାଇ ଆଣିଥିଲା। ‘ଏଏନ୍‌ଆଇ’ କର୍ମଚାରୀମାନେ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ହାଇଦ୍ରାବାଦ କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ନୋଟିସ୍‌ ଦେଇଥିଲେ। ନିଜାମାବାଦ, କୁର୍ଣ୍ଣୂଲ୍‌, ଗୁଣ୍ଟୁର୍‌ ଏବଂ ନେଲୋର୍‌ ଜିଲ୍ଲାରେ ଏକକାଳୀନ ‘ଏଏନ୍‌ଆଇ’ ଅଧିକାରୀମାନଙ୍କର ପ୍ରାୟ ୨୩ଟି ଟିମ୍‌ ତଲାସ ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe