ସୁରଟ: ରେଳ ଷ୍ଟେସନରେ ପ୍ରବଳ । ୧୦୦ ମିଟର କି ୨୦୦ ମିଟର ନୁହେଁ ୧ କିଲୋମିଟର ଯାଏଁ ଲାଗିଛି ଲୋକଙ୍କ ଲମ୍ବା ଲାଇନ । ଟ୍ରେନରେ ଯିବାକୁ ଷ୍ଟେସନ ଯାଏଁ ଲମ୍ବା ଲାଇନ ଲଗାଇଛନ୍ତି ଲୋକେ । ଯାତ୍ରୀଙ୍କ ସଂଖ୍ୟା ଏତେ ବଢିବା ଫଳରେ ଦୁଇଟି ଧାଡି କରି ଷ୍ଟେସନରେ ପହଞ୍ଚୁଥିବା ଦେଖିବାକୁ ମିଳିଛି ।

Advertisment

୧ କି.ମି ଯାଏଁ ଲମ୍ବା ଲାଇନ

ତେବେ ଭିଡ଼ର ଏହି ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି ଗୁଜୁରାଟ ସୁରଟରେ । ସୁରଟର ଉଧନା ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରାୟ ୬ ହଜାରରୁ ଅଧିକ ଯାତ୍ରୀ ଉଧନା ଷ୍ଟେସନରୁ ବିହାର ଏବଂ ପୂର୍ବ ଭାରତକୁ ଯାଉଥିବା ଟ୍ରେନରେ ଚଢିବା ପାଇଁ ଷ୍ଟେସନ ମୁହାଁ ହୋଇଛନ୍ତି । ଆଉ ଏହି ଭିଡ ଏତେ ବଢି ଯାଇଛି ଯେ ପ୍ରାୟ ୧ କିଲୋମିଟର ଯାଏଁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ଲୋକେ । 

୧୦ ଘଣ୍ଟା ଅପେକ୍ଷା ପରେ…

ଆଗକୁ ଛଟ ପୂଜା ଥିବାରୁ ଲୋକେ କର୍ମ କ୍ଷେତ୍ରରୁ ଘରକୁ ଯାଉଛନ୍ତି । ଛଟ ପୂଜା ସହ ଆଗାମୀ ଦିନରେ ବିହାର ନିର୍ବାଚନ ଥିବାରୁ ଏକାଠରେ ଛୁଟି କାଟିବାକୁ ଲୋକେ ଘର ମୁହାଁ ହୋଇଥିବା ବେଳେ ଏ ଭିଡ଼ ହଠାତ୍ ବଢିଯାଇଛି । ତେବେ ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ପ୍ରାୟ ୧୦ ଘଣ୍ଟା କେହି କେହି ଧାଡିରେ ଛିଡା ହେବା ପରେ ଷ୍ଟେସନରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି । 

ଆହୁରି ପଢନ୍ତୁ-

Gold Rate Drops: କମିଲା ସୁନା ଓ ରୁପା ଦର, ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ରାସ୍ତାରେ ହନ୍ତସନ୍ତ ଲୋକେ

ହଜାର ହଜାର ଲୋକ ପରିବାର ସହିତ ଘରକୁ ଯାଉଥିବା ବେଳେ ନାହିଁ ନଥିବା ଭିଡରେ ଫସି ହନ୍ତସନ୍ତ ହୋଇଛନ୍ତି । ଭିଡ଼କୁ ଉପରୁ ଖରା ଲୋକ ଷ୍ଟେସନ ପହଞ୍ଚିଲା ବେଳେ ଘାଣ୍ଟି ସନ୍ତୁଳି ହୋଇଥିବା ବେଳେ ଯାତ୍ରୀ ରେଳ ବିଭାଗକୁ ଦାୟୀ କରିଛନ୍ତି । 

ଆହୁରି ପଢନ୍ତୁ-

Maoists Surrender: ରାମଧରଙ୍କ ସମେତ ଆତ୍ମସମର୍ପଣ କଲେ ୫୦ ମାଓବାଦୀ; ଚଳିତ ମାସ ସଂଖ୍ୟା ପହଞ୍ଚିଲା ୩୫୦

ChhathPuja | gujurat | IndianRailways | Indian Railways