ମୁମ୍ବାଇ: ଅଳଙ୍କାର ପ୍ରେମୀଙ୍କ ପାଇଁ ଖୁସି ଖବର। ଧନତେରସ ଏବଂ ଦୀପାବଳିରେ ସୁନା ଦର ବଢ଼ିଥିବା ବେଳେ ଅଳ୍ପ କେତେ ବ୍ୟବଧାନରେ ପୁଣି ହ୍ରାସ ପାଇଛି। ଗୁରୁବାର ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ର ସୂଚନା ଅନୁଯାୟୀ, ସୁନା ଏବଂ ରୂପା ମୂଲ୍ୟ ସେମାନଙ୍କର ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରାୟ ୯ରୁ ୧୬ ପ୍ରତିଶତ ହ୍ରାସ ପାଇଛି।

Advertisment

କେତେ ଦର କମିଲା

ଏମ୍‌ସିଏରେ ସୁନାର ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟ ୧୦ ଗ୍ରାମ୍‌ ପିଛା ୧,୩୨,୨୯୪ରୁ ୧୧,୭୭୯ ଟଙ୍କା ହ୍ରାସ ପାଇ ୧,୨୦,୫୧୫କୁ ଆସିଛି। ଯାହାକି ପ୍ରାୟ ୮.୯୦ ପ୍ରତିଶତ ହ୍ରାସ।

ସେହିପରି ରୁପା ମୂଲ୍ୟ ୧,୭୦,୪୧୫ କିଲୋଗ୍ରାମରୁ ୨୬,୫୯୫ ଟଙ୍କା ହ୍ରାସ ପାଇ ୧,୪୩,୮୧୯ ଟଙ୍କାକୁ ଖସିଛି। ଏହାର ଅର୍ଥ ହେଉଛି ରୁପାରେ ୧୫.୬୦ ପ୍ରତିଶତ ହ୍ରାସ ଘଟିଛି। ବିଶ୍ୱ ବଜାରରେ ମଧ୍ୟ ସୁନା ଏବଂ ରୁପାର ମୂଲ୍ୟ ଯଥାକ୍ରମେ ପ୍ରାୟ ୮.୬୦ ପ୍ରତିଶତ ଏବଂ ୧୨.୬୦ ପ୍ରତିଶତ ହ୍ରାସ ପାଇଛି।

ଦୁଇ ଦିନର ହ୍ରାସ ପରେ ସୁନା ଏବଂ ରୁପା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଆଶା ସୁନା ଏବଂ ରୁପାକୁ କିଛି ସମର୍ଥନ ଯୋଗାଇଛି। ଦୁଇ ଦେଶ ମଧ୍ୟରେ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାର ରିପୋର୍ଟ ମଧ୍ୟରେ ଗୁରୁବାର ସକାଳେ ଏମ୍‌ସିଏକ୍ସରେ ସୁନା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ମାତ୍ର ୬ ମିନିଟରେ ୭,୭୦୦ ଟଙ୍କା କମିଲା ସୁନା ଦର

ଆହୁରି ପଢ଼ନ୍ତୁ: ଧନତେରସ୍‌ରେ ୨୫୦ କୋଟିର ସୁନା ବେପାର: କଏନ୍‌ ଚାହିଦା ଅଧିକ, ହାଲ୍‌କା ଗହଣା ବେଶି ବିକ୍ରି

gold