ମସୁଦର ଭାଇ ରୌଫ୍‌ ନିପାତ: କାନ୍ଦାହାର, ସଂସଦ ଆକ୍ରମଣରେ ସମ୍ପୃକ୍ତ ଥିଲା

Advertisment

‘ଅପରେସନ୍‌ ସିନ୍ଦୂର’ରେ ଜେଇଏମ୍‌ ମୁଖ୍ୟ ମସୁଦ ଆଝାରର ସାନ ଭାଇ ଅବଦୁଲ ରୌଫ୍‌ ଆଝାର୍‌ ନିପାତ ହୋଇଛି। ୧୯୯୯ରେ କାନ୍ଦାହାରରେ ଇଣ୍ଡିଆନ୍‌ ଏୟାରଲାଇନ୍ସ ଆଇସି ୮୧୪ ହାଇଜାକ୍‌ କରିବାର ମାଷ୍ଟରମାଇଣ୍ଡ୍‌ ହେଉଛି ଅବଦୁଲ ରୌଫ୍‌ ଆଝାର।

‘ଅପରେସନ୍‌ ସିନ୍ଦୂର’ରେ ଜେଇଏମ୍‌ ମୁଖ୍ୟ ମସୁଦ ଆଝାରର ସାନ ଭାଇ ଅବଦୁଲ ରୌଫ୍‌ ଆଝାର୍‌ ନିପାତ ହୋଇଛି। ୧୯୯୯ରେ କାନ୍ଦାହାରରେ ଇଣ୍ଡିଆନ୍‌ ଏୟାରଲାଇନ୍ସ ଆଇସି ୮୧୪ ହାଇଜାକ୍‌ କରିବାର ମାଷ୍ଟରମାଇଣ୍ଡ୍‌ ହେଉଛି ଅବଦୁଲ ରୌଫ୍‌ ଆଝାର।

fsfcxxccx

ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୂର’ରେ ଜେଇଏମ୍‌ ମୁଖ୍ୟ ମସୁଦ ଆଝାରର ସାନ ଭାଇ ଅବଦୁଲ ରୌଫ୍‌ ଆଝାର୍‌ ନିପାତ ହୋଇଛି। ୧୯୯୯ରେ କାନ୍ଦାହାରରେ ଇଣ୍ଡିଆନ୍‌ ଏୟାରଲାଇନ୍ସ ଆଇସି ୮୧୪ ହାଇଜାକ୍‌ କରିବାର ମାଷ୍ଟରମାଇଣ୍ଡ୍‌ ହେଉଛି ଅବଦୁଲ ରୌଫ୍‌ ଆଝାର। ସେ ହେଉଛି ଜଣେ ମୋଷ୍ଟ ୱାଣ୍ଟେଡ୍‌ ବୈଶ୍ବିକ ଆତଙ୍କବାଦୀ।  ସେ ପଠାନକୋଟ ଆତଙ୍କବାଦୀ ଆକ୍ରମଣ ଏବଂ ୨୦୦୨ ସଂସଦ ଆକ୍ରମଣରେ ବି ସାମିଲ ଥିଲା। ଅପରେସନ୍‌ ସିନ୍ଦୂରରେ ଅବଦୁଲ ରୌଫ୍‌ ନିପାତ ହେବା ଭାରତ ପାଇଁ ଏକ ବଡ଼ ସଫଳତା।  

କେବଳ  ରୌଫ୍‌ ନୁହେଁ ଜେଇଏମ୍‌ର ଅନ୍ୟ କେତେକ ଶୀର୍ଷ କମାଣ୍ଡର ମଧ୍ୟ ଅପରେସନ୍‌ ସିନ୍ଦୂରରେ ନିପାତ ହୋଇଛନ୍ତି।  ଉଲ୍ଲେଖଯୋଗ୍ୟ, ବୁଧବାର ମସୁଦ ଆଝାର ଏକ ବିବୃତି ଜାରି କରି ଦାବି କରିଥିଲା ଯେ ଭାରତର ଆକ୍ରମଣରେ ସେ ତା’ର ପୂରା ପରିବାରକୁ ହରାଇ ଦେଇଛି।  ମସୁଦ୍‌ ଆଝାର ପରିବାରର ୧୦ ସଦସ୍ୟ ଏବଂ ଅନ୍ୟ ୪ ଘନିଷ୍ଠ ସହଯୋଗୀଙ୍କର ଏହି ଅପରେସନ୍‌ରେ ମୃତ୍ୟୁ ହୋଇଥିବା ସେ ଦାବି କରିଛି।  ଆଜି ବିଜେପି ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରୌଫ୍‌ ଆଝାରର ଏକ ଫଟୋ ପୋଷ୍ଟ୍‌ କରିଛି ଏବଂ ଏଥିରେ ‘ଏଲିମିନେଟେଡ୍‌’ ଲେଖା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe