Image Courtesy of NDTV
ଇସ୍ଲାମାବାଦ୍: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍ଙ୍କୁ ଆତଙ୍କବାଦକୁ ଅର୍ଥଯୋଗାଣ ମାମଲାରେ ପାକିସ୍ତାନର ଏକ ଆତଙ୍କବାଦ-ବିରୋଧୀ ଅଦାଲତ ୧୫ ବର୍ଷରୁ ଊର୍ଦ୍ଧ୍ବ କାରାଦଣ୍ଡାଦେଶ ଦେଇଛନ୍ତି।
‘ଏଲ୍ଇଟି’ ଏବଂ ‘ଜମାତ୍-ଉଦ୍-ଦାୱା’ର ନେତାମାନଙ୍କ ଆତଙ୍କବାଦ-ଅର୍ଥଯୋଗାଣ ମାମଲା ସହିତ ସମ୍ପୃକ୍ତ ଥିବା ଜଣେ ବରିଷ୍ଠ ଓକିଲ କହିଛନ୍ତି, ଚଳିତ ମାସ ପ୍ରାରମ୍ଭରେ ଲାହୋର୍ସ୍ଥିତ ଏକ ଆତଙ୍କବାଦ-ବିରୋଧୀ ଅଦାଲତ ଆତଙ୍କବାଦକୁ ଅର୍ଥଯୋଗାଣ ମାମଲାରେ ନିଷିଦ୍ଧ ‘ଲଶ୍କର୍-ଏ-ତୈବା’ର ଅନ୍ୟତମ ସଦସ୍ୟ ସାଜିଦ୍ ମଜୀଦ୍ ମିର୍ଙ୍କୁ ୧୫ ବର୍ଷରୁ ଊର୍ଦ୍ଧ୍ବ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।
ଓକିଲଜଣକ ଆହୁରି ମଧ୍ୟ କହିଛନ୍ତି, ଦୋଷୀ ସାବ୍ୟସ୍ଥ ହୋଇଥିବା ୪୫ ବର୍ଷିୟ ମିର୍ ଏ ବର୍ଷ ଏପ୍ରିଲ୍ ମାସରୁ ଗିରଫ ହୋଇ କୋଟ୍ ଲାଖ୍ପତ୍ ଜେଲ୍ରେ ରହୁଥିଲା। ତାଙ୍କ ଉପରେ ଅଦାଲତ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥରାଶି ମଧ୍ୟ ଜରିମାନା କରିଛି।
Image Courtesy of NDTVଉଲ୍ଲେଖଯୋଗ୍ୟ, ମିର୍ ମୃତ ବୋଲି ପୂର୍ବରୁ ଧରିନିଆଯାଇଥିଲା। ୨୬/୧୧ ମୁମ୍ବାଇ ଆକ୍ରମଣରେ ଗ୍ରହଣ କରିଥିବା ଭୂମିକା ପାଇଁ ସାଜିଦ୍ ମିର୍ ଭାରତର ‘ମୋଷ୍ଟ୍ ୱାଣ୍ଟେଡ୍’ ତାଲିକାଭୁକ୍ତ ହୋଇଛନ୍ତି। ମିର୍ଙ୍କୁ ମୁମ୍ବାଇ ଆକ୍ରମଣର ‘ପ୍ରୋଜେକ୍ଟ୍ ମ୍ୟାନେଜର୍’ କୁହାଯାଉଥିଲା। ଜାଲ୍ ନାଁରେ ଜାଲ୍ ପାସ୍ପୋର୍ଟ ବଳରେ ୨୦୦୫ରେ ମିର୍ ଭାରତକୁ ଆସିଥିବା କଥା କୁହାଯାଉଛି।
ସେହିପରି, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍ ବୋଲି କୁହାଯାଉଥିବା ‘ଜେୟୁଡି’ର ମୁଖ୍ୟ ହାଫିଜ୍ ସୟିଦ୍ଙ୍କୁ ଆତଙ୍କବାଦକୁ ଅର୍ଥଯୋଗାଣ ମାମଲାରେ ଲାହୋର ଏଟିସି ୬୮ ବର୍ଷ ନିମନ୍ତେ ଜେଲ୍ଦଣ୍ଡାଦେଶ ଶୁଣାଇ ସାରିଛନ୍ତି। କିନ୍ତୁ, ଆଉ ଏକ ମାମଲା ଚାଲିଥିବାରୁ ସେ ଅଧିକ ଦିନ ଜେଲ୍ରେ ରହିବେ ନାହିଁ ବୋଲି କୁହାଯାଉଛି।
Follow Us