Math teacher has been swimming across the river to get to school for 20 years, hasn't taken a day off since 1994 Photograph: (sambad.in)
ଥିରୁଭାନନ୍ତପୁରମ୍: କେରଳର ଜଣେ ଶିକ୍ଷକ ପ୍ରତିଦିନ କଡାଲୁଣ୍ଡି ନଦୀ ପାର ହୋଇ ତାଙ୍କ ସ୍କୁଲରେ ପହଞ୍ଚିଥାନ୍ତି। ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହା କରିଆସୁଛନ୍ତି। ପହଁରି ପହଁରି ନଦୀ ପାର ହୋଇ ସ୍କୁଲରେ ପହଞ୍ଚୁଛନ୍ତି। ନଦୀ ପାର ହୋଇ ସ୍କୁଲରେ ପହଞ୍ଚୁଥିବା ଶିକ୍ଷକଙ୍କ ନାମ ହେଉଛି ଅବଦୁଲ ମାଲିକ। ସେ ଜଣେ ଗଣିତ ଶିକ୍ଷକ।
ନଦୀ ପାର ହେବା ଦ୍ବାରା ଅବଦୁଲ ମଲିକଙ୍କୁ ସଡ଼କ ପଥରେ ୧୨ କିଲୋମିଟର ଯାତ୍ରା କରିବାକୁ ପଡ଼ି ନଥାଏ। ଶିକ୍ଷା ପ୍ରତି ତାଙ୍କର ସମର୍ପଣ ଭାବ ସାରା ଦେଶର ଶିକ୍ଷକଙ୍କକୁ ପ୍ରେରଣା ଦେଉଛି। ସେ ନିଜର ପୁସ୍ତକ ଏବଂ ପୋଷାକକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ବୋହି ପ୍ରତିଦିନ ପହଁରି ନଦୀ ପାର ହୋଇ ସ୍କୁଲରେ ପହଞ୍ଚନ୍ତି। ମାଲିକ ପରିବେଶ ସୁରକ୍ଷା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ସେ ନଦୀ ସଫେଇ ଅଭିଯାନର ନେତୃତ୍ୱ ମଧ୍ୟ ନିଅନ୍ତି।
ମାଲିକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତିକୁ ସମ୍ମାନ କରିବାକୁ ମଧ୍ୟ ଶିକ୍ଷା ଦିଅନ୍ତି। ୧୯୯୪ ମସିହାରୁ, ଅବଦୁଲ ମାଲିକ ଗୋଟିଏ ଦିନ ଛୁଟି ନେଇ ନାହାନ୍ତି। ବସ୍ରେ ତିନି ଘଣ୍ଟା ୧୨ କିଲୋମିଟର ରାସ୍ତା ଯାତ୍ରା କରିବା ପରିବର୍ତ୍ତେ, ସେ ପହଁରି କଡାଲୁଣ୍ଡି ନଦୀ ପାର ହେବାକୁ ଉଚିତ ମନେ କରନ୍ତି ବୋଲି କହିଛନ୍ତି। ପ୍ରତିଦିନ ସକାଳେ, ସେ ତାଙ୍କର ପୁସ୍ତକ, ମଧ୍ୟାହ୍ନ ଭୋଜନ ଏବଂ ପୋଷାକକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ କରନ୍ତି, ଏହାକୁ ଏକ ଟାୟାର ଟ୍ୟୁବ୍ ସହିତ ବାନ୍ଧି ନଦୀ ପାର ହୁଅନ୍ତି।
କେବଳ ଏତିକି ନୁହେଁ, ବର୍ଷା ଋତୁରେ ମଧ୍ୟ ସେ ପହଁରି ନଦୀ ପାର ହୁଅନ୍ତି। ତା'ପରେ ସେ ସ୍କୁଲରେ ପହଞ୍ଚନ୍ତି। ମାଲିକ ଏକ ସାକ୍ଷାତକାରରେ କହିଥିଲେ, ବସ୍ ଯୋଗେ ସ୍କୁଲରେ ପହଞ୍ଚିବାକୁ ବହୁତ ସମୟ ଲାଗେ। ବସ୍ର ସମୟ ମଧ୍ୟ ସ୍ଥିର ନୁହେଁ। ଏପରି ପରିସ୍ଥିତିରେ ପରିବହନ ଉପରେ ନିର୍ଭର କରିବା ଅପେକ୍ଷା ପହଁରି ଯିବା ଭଲ। ପ୍ରତିଦିନ ପହଁରି ନଦୀ ପାର ହେବାକୁ ତାଙ୍କୁ ପ୍ରାୟ ୧୫-୩୦ ମିନିଟ୍ ଲାଗେ। ସେ ୨୦ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଦିନ ପାଇଁ ମଧ୍ୟ ସ୍କୁଲ ଛୁଟି କରି ନାହାନ୍ତି।
ଛାତ୍ରଛାତ୍ରୀମାନେ ତାଙ୍କୁ ସ୍ନେହରେ "ଟ୍ୟୁବ୍ ମାଷ୍ଟର" ବୋଲି ଡାକୁଛନ୍ତି। ମାଲିକଙ୍କ ପ୍ରତିବଦ୍ଧତା ପାଠପଢ଼ାଠାରୁ ଅଧିକ। ମାଲିକ ତାଙ୍କ ଛାତ୍ରଛାତ୍ରୀମାନଙ୍କ ସହିତ ନିୟମିତ ଭାବରେ କଡାଲୁଣ୍ଡି ନଦୀରେ ସଫେଇ ଅଭିଯାନ କରନ୍ତି। ଛାତ୍ରଛାତ୍ରୀମାନଙ୍କ ସହିତ ସେ ନଦୀରୁ ପ୍ଲାଷ୍ଟିକ୍ ଅଳିଆ ଏବଂ ଆବର୍ଜନା ସଫା କରନ୍ତି, ଯାହା ପ୍ରକୃତି ପ୍ରତି ତାଙ୍କର ପ୍ରେମ ଏବଂ ଦାୟିତ୍ୱକୁ ମଧ୍ୟ ଦର୍ଶାଏ। ମାଲିକ ପଞ୍ଚମ ଶ୍ରେଣୀଠାରୁ ଉପର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପହଁରିବା ଶିକ୍ଷା ମଧ୍ୟ ଦିଅନ୍ତି।
ସ୍ଥାନୀୟ ଶିକ୍ଷା ଅଧିକାରୀମାନେ ମାଲିକଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଶିକ୍ଷା ଅଧିକାରୀ ଏସ୍. ରାଜୀବ କହିଛନ୍ତି, ମାଲିକ ସାର୍ କେବଳ ଶିକ୍ଷାଦାନ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ପାଇଁ ନୁହେଁ, ବରଂ ପରିବେଶ ପ୍ରତି ତାଙ୍କର ସକ୍ରିୟତା ପାଇଁ ମଧ୍ୟ ଜଣେ ଆଦର୍ଶ।
Kerala | Abdul Malik | Math Teacher
Follow Us