Car falls into canal in Mathura: ମଥୁରାରେ କେନାଲକୁ ଖସି ପଡ଼ିଲା କାର୍‌; ୪ମୃତକଙ୍କ ମଧ୍ୟରେ ୩ ସମ୍ପର୍କୀୟ ଭାଇ

Advertisment

ଉତ୍ତର ପ୍ରଦେଶର ମଥୁରାରେ ଏକ କାର୍‌ କେନାଲକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଭାଇ ଅଛନ୍ତି। ବୁଧବାର ବିଳମ୍ବିତ ରାତିରେ କାର୍‌ଟି ମାହମୁଦପୁରରୁ ଦିଗ୍‌ ଅଭିମୁଖେ ଆସୁଥିବାବେଳେ ନହଲା ଦେବିୟା ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଉତ୍ତର ପ୍ରଦେଶର ମଥୁରାରେ ଏକ କାର୍‌ କେନାଲକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଭାଇ ଅଛନ୍ତି। ବୁଧବାର ବିଳମ୍ବିତ ରାତିରେ କାର୍‌ଟି ମାହମୁଦପୁରରୁ ଦିଗ୍‌ ଅଭିମୁଖେ ଆସୁଥିବାବେଳେ ନହଲା ଦେବିୟା ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Car falls into canal in Mathura

Car falls into canal in Mathura Photograph: (sambad.in)

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଏକ କାର୍‌ କେନାଲକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଭାଇ ଅଛନ୍ତି। ବୁଧବାର ବିଳମ୍ବିତ ରାତିରେ କାର୍‌ଟି ମାହମୁଦପୁରରୁ ଦିଗ୍‌ ଅଭିମୁଖେ ଆସୁଥିବାବେଳେ ନହଲା ଦେବିୟା ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ରାସ୍ତାରେ ହଠାତ୍ ବୁଲାଣି ପଡ଼ିବାରୁ ହୋଇଛି ଦୁର୍ଘଟଣା

ପୁଲିସ ସୂଚନା ଦେଇଛି ଯେ, ରାସ୍ତାରେ ବୁଲାଣି ପଡ଼ିବାରୁ ଦ୍ରୁତଗତିରେ ଆସୁଥିବା କାର୍‌ କୌଣସି ନିର୍ମାଣ ସହିତ ଧକ୍କା ଖାଇ ୬ ମିଟର ଚଉଡ଼ା କେନାଲକୁ ଖସି ପଡ଼ିଥିଲା। ସ୍ଥାନୀୟ ଳୋକ ତୁରନ୍ତ ସେଠାରେ ପହଞ୍ଚି କାର୍‌ଟିକୁ କେନାଲ ଭିତରୁ ବାହାର କରିଥିଲେ। କିନ୍ତୁ କାର୍‌ରେ ବସିଥିବା ଲୋକଙ୍କୁ ବଞ୍ଚାଇ ପାରିନଥିଲେ। ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ରାହୁଲ (୨୩), ସମ୍ପର୍କୀୟ ଭାଇ ଅମିତ (୨୩) ଓ ମୋହିତ୍‌ (୨୧) ବୋଲି ଚିହ୍ନଟ କରିଛି।

ସମସ୍ତେ ମହାବନ ପୁଲିସ ଷ୍ଟେସନ ଅନ୍ତର୍ଗତ ବଲଦେବଗଡ଼ର ବାସିନ୍ଦା। ଚତୁର୍ଥ ମୃତକ ସେମାନଙ୍କ ବନ୍ଧୁ ହୋଇଥିବାବେଳେ ତା’ର ମଧ୍ୟ ବୟସ ୩୦ ଭିତରେ ହେବ ବୋଲି ପୁଲିସ କହିଛି। ପୁଲିସ ତଥ୍ୟ ପ୍ରମାଣ ସଂଗ୍ରହ କରି ତଦନ୍ତ କରୁଥିିବା ସ୍ଥାନୀୟ ଏସ୍‌ପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Husband Kill Wife: ଛାଡ଼ପତ୍ର ପରେ ଛାରଖାର ହେଲା ସଂସାର, ରାଗରେ ସ୍ତ୍ରୀକୁ ହତ୍ୟା କଲେ ଚାପଗ୍ରସ୍ତ ସ୍ବାମୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe