ହେମାମାଲିନୀଙ୍କୁ ଷଣ୍ଢ ଗୋଡ଼ାଇବା ଘଟଣାରେ ରେଳ ଷ୍ଟେସନ୍‌ର ପରିଚାଳକ ନିଲମ୍ବିତ

Advertisment
ହେମାମାଲିନୀଙ୍କୁ ଷଣ୍ଢ ଗୋଡ଼ାଇବା ଘଟଣାରେ ରେଳ ଷ୍ଟେସନ୍‌ର ପରିଚାଳକ ନିଲମ୍ବିତ

ଅହମ୍ମଦାବାଦ: ଉତ୍ତର ପ୍ରଦେଶର ମଥୁରାର ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଲିନୀ ଗତ ବୁଧବାର ମଥୁରା ରେଳ ଜଙ୍କସନର୍‌ ରେଳ ଷ୍ଟେସନ୍‌ ପରିଦର୍ଶନରେ ଯାଇଥିଲେ। ହେମାମାଲିନୀ ରେଳ ଷ୍ଟେସନ୍‌ ପରିଦର୍ଶନ କରୁଥିବା ସମୟରେ ତାଙ୍କ ସାମ୍ନାକୁ ଆକସ୍ମିକ ଭାବେ ଏକ ଷଣ୍ଢ ପଶି ଆସିଥିଲା। ଷଣ୍ଢ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେମାମାଲିନୀ। ତେବେ ଏହି ଘଟଣା ପରେ ଷ୍ଟେସନ୍‌ରେ ବୁଲା ପଶୁ ବୁଲିବା ସମସ୍ୟାର ସମାଧାନ କରାଯାଇ ନଥିବାରୁ ଷ୍ଟେସନ୍‌ ପରିଚାଳକ କେଏଲ ମିନାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଉତ୍ତର ରେଲଓ୍ଵ ଷ୍ଟେସନ୍‌ର ଡିଭିଜିନାଲ କମର୍ସିଆଲ ମ୍ୟାନେଜର ସଞ୍ଚିତ ତ୍ୟାଗି କହିଛନ୍ତି।

publive-image

ସୂଚନାଯୋଗ୍ୟ, ମଥୁରା ରେଳ ଜଙ୍କସନର୍‌ ରେଳ ଷ୍ଟେସନ୍‌ ପରିଦର୍ଶନରେ ଯାଇଥିବା ହେମାମାଲିନୀଙ୍କୁ ଷଣ୍ଢଟି ଷ୍ଟେସନ୍‌ ପରିସରରେ ଅତର୍କିତ ଭାବେ ଗୋଡାଇବାକୁ ଲାଗିଥିଲା। ହେମା ମଧ୍ୟ ଏହି ଘଟଣା ଦେଖି ଭୟଭୀତ ହୋଇ ଯାଇଥିଲେ। ହେମାଙ୍କୁ ଆଡକୁ ଷଣ୍ଢଟି ମାଡି ଆସିବା ପୂର୍ବରୁ ତାଙ୍କ ସୁରକ୍ଷାକର୍ମୀମାନେ ତୁରନ୍ତ ଷଣ୍ଢକୁ ସେଠାରୁ ଘଉଡାଇ ଦେଇଥିଲେ। ତେବେ ଏହି ଘଟଣାରେ କେହି ଆହତ ହୋଇ ନ ଥିଲେ।

publive-image

ହେମାମାଲିନୀ ପୁଲିସକର୍ମୀ ଓ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ରେଳ ଷ୍ଟେସନ୍‌ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ଏଭଳି ଏକ ଘଟଣା କିଭଳି ଘଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ କେତେକ ସମାଲୋଚନା ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe