ଲୋକୋପାଇଲଟ କଣ୍ଟ୍ରୋଲ ପ୍ୟାନେଲରେ ବ୍ୟାଗ ରଖି ଭିଡିଓ କଲରେ ବ୍ୟସ୍ତ ଥିବା ବେଳେ ପ୍ଲାଟଫର୍ମ ଉପରକୁ ଚଢ଼ି ଯାଇଥିଲା ଟ୍ରେନ

Advertisment
ଲୋକୋପାଇଲଟ କଣ୍ଟ୍ରୋଲ ପ୍ୟାନେଲରେ ବ୍ୟାଗ ରଖି ଭିଡିଓ କଲରେ ବ୍ୟସ୍ତ ଥିବା ବେଳେ ପ୍ଲାଟଫର୍ମ ଉପରକୁ ଚଢ଼ି ଯାଇଥିଲା ଟ୍ରେନ

ନୂଆଦିଲ୍ଲୀ: ଗତବୁଧବାର ଉତ୍ତରପ୍ରଦେଶ ମଥୁରାରେ ଅଳ୍ପକେ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି । ଶକୁରବସ୍ତିରୁ ଆସୁଥିବା ଇଏମୟୁ ଟ୍ରେନ ମଥୁରା ଜଙ୍କସନରେ ଦୁର୍ଘଟଣାର ଶିକାର ହୋଇ ଟ୍ରାକରୁ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ସୌଭାଗ୍ୟବଶତଃ ଏହି ଦୁର୍ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । ତେବେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

୨ମିନିଟ ୬ସେକେଣ୍ଡର ଭିଡିଓରେ ଲୋକୋପାଇଲଟଙ୍କ ଅବହେଳାର ଦୃଶ୍ୟ ସ୍ପଷ୍ଟ ଭାବେ ନଜର ଆସୁଛି। ଭିଡିଓରେ ଜଣେ ଲୋକୋପାଇଲଟ ଡିୟୁଟି ସାରି ଯାଉଥିବା ବେଳେ ଆଉ ଜଣେ ଲୋକୋପାଇଲଟ ଟ୍ରେନରେ ଉଠୁଛନ୍ତି । ଏହି ସମୟରେ ସେ ଜଣଙ୍କ  ସହ ଫୋନରେ ଭିଡିଓ କଲରେ ବ୍ୟସ୍ତ ଥିବା ସହିତ କଣ୍ଟ୍ରୋଲ ପ୍ୟାନେଲ ସାମ୍ନାରେ ବ୍ୟାଗ ରଖି ଚୌକିରେ ବସୁଥିବା ଦେଖିବାକୁ ମିଳୁଛି।

କେବଳ ଏତିକି ନୁହେଁ, ଏହି ସମୟରେ ଲୋକୋପାଇଲଟ ଫୋନରେ ବ୍ୟସ୍ତ ଥିବା ବେଳେ  ବ୍ରେକ କି ଏକ୍ସିଲେଟର ଉପରେ ପାଦ ରଖିଛନ୍ତି ତାହାର ତାଙ୍କୁ ଧାରଣା ନଥିଲା। ଯେମିତି ହିଁ ସେ ଏକ୍ସଲେଟର ଉପରେ ପାଦ ରଖିଥିଲେ ଆକସ୍ମିକ ଭାବେ ଟ୍ରେନଟି ପ୍ଳାଟଫର୍ମ ଉପରକୁ ଚଢ଼ି ଯାଉଛି।  ଏହି ଝଟକା ଏତେ ଶକ୍ତିଶାଳୀ ଥିଲା କି ଲୋକୋପାଇଲଟ ଝିଟିକି ପଡ଼ୁଥିବା ସିସିଟିଭିରେ କୈଦ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ମଥୁରା ରେଲେଓ୍ଵ ଷ୍ଟେସନର ଡାଇରେକ୍ଟର ଏକକେ ଶ୍ରୀବାସ୍ତବ କହିଛନ୍ତି, ଟ୍ରେନ ଶକୁରବସ୍ତିରୁ ଆସି ମଥୁରା ଜଙ୍କସନରେ ଠିଆ ହୋଇଥିଲା । ଏହାପରେ ସବୁ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡିଥିଲେ । ପରେ ଟ୍ରେନଟି କିଭଳି ଟ୍ରାକ୍‌ ଛାଡି ପ୍ଲାଟଫର୍ମ ଉପରକୁ ଚଢି ଆସିଥିଲା, ତା’ର ଯାଞ୍ଚ ଚାଲିଛି।

ଏହି ଯାଞ୍ଚରେ ଲୋକୋପାଇଲଟ ଗୋବିନ୍ଦ ବିହାରୀ ଶର୍ମା ଓ ଟେକ୍ନିକାଲ ଟିମର ହରଭଜନ ସିଂହ, ସଚିନ, ବ୍ରିଜେଶ କୁମାର ଓ କୁଳଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାରଣ ଟ୍ରେନକୁ ସଠିକ ଭାବେ ଧାରଣାରେ ଛିଡ଼ା କରିବାର କାମ ଏହି କର୍ମଚାରୀଙ୍କ ଥିଲା କିନ୍ତୁ ଏମାନେ ସମସ୍ତେ ଫୋନରେ ବ୍ୟସ୍ତ ଥିଲେ। ଯେତେବେଳେ ଯାଞ୍ଚ କରାଗଲା ଏମାନେ ସମସ୍ତେ ୪୨ପ୍ରତିଶତ ନିଶାଗସ୍ତ ଥିବା ବି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe