ମଥୁରା: ନନ୍ଦବାବା ମନ୍ଦିରରେ ୨ଜଣ ବ୍ୟକ୍ତି ପଢ଼ିଲେ ନମାଜ; ୪ ଜଣଙ୍କ ନାମରେ ରୁଜ୍ଜୁହେଲା ମାମଲା

Advertisment
ମଥୁରା: ନନ୍ଦବାବା ମନ୍ଦିରରେ ୨ଜଣ ବ୍ୟକ୍ତି ପଢ଼ିଲେ ନମାଜ; ୪ ଜଣଙ୍କ ନାମରେ ରୁଜ୍ଜୁହେଲା ମାମଲା

Times Now

ମଥୁରା: ଉତ୍ତରପ୍ରଦେଶ ମଥୁରାର ଏକ ମନ୍ଦିରରେ ଦୁଇଜଣ ମୁସଲମାନ ବ୍ୟକ୍ତି ପ୍ରବେଶ କରି ମନ୍ଦିର ମଧ୍ୟରେ ନମାଜ ପାଠ କରିବା ଘଟଣାକୁ କେନ୍ଦ୍ର କରି ଦେଶବ୍ୟାପି ଚର୍ଚ୍ଚା ଓ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମନ୍ଦିର ପରିସର ମଧ୍ୟରେ ଦୁଇ ମୁସଲମାନ ବ୍ୟକ୍ତିଙ୍କ ନମାଜ ପାଠର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଉତ୍ତରପ୍ରଦେଶ ପୁଲିସ ଏହି ଘଟଣାରେ ସଂପୃକ୍ତ ଥିବା ଚାରି ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଫୈଜଲ ଖାନ ଏବଂ ଚାନ୍ଦ ମହମ୍ମଦ ନାମକ ଦୁଇଜଣ ମୁସଲମାନ ବ୍ୟକ୍ତି ମନ୍ଦିର ମଧ୍ୟରେ ନମାଜ ପାଠ କରୁଥିବା ବେଳେ ସେମାନଙ୍କର ଅନ୍ୟ ଦୁଇ ସହଯୋଗୀ ଆଲୋକ ରତନ ଏବଂ ନୀଲେଶ ଗୁପ୍ତା ସେମାନଙ୍କର ନମାଜ ପାଠ ସମୟର ଫଟୋ ଉଠାଇଥିଲେ। ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରିପୋର୍ଟରୁ ଜାଣିବାକୁ ମିଳିଛି, ଅକ୍ଟୋବର ୨୯ରେ ମଥୁରା ନନ୍ଦଗାଓଁ ଅଞ୍ଚଳର ନନ୍ଦବାବା ମନ୍ଦିରରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଫୈଜଲ ଖାନ, ଚାନ୍ଦ ମହମ୍ମଦ, ଆଲୋକ ରତନ ଏବଂ ନୀଲେଶ ଗୁପ୍ତା ଦିଲ୍ଲୀର ଏକ ସଂଗଠନର ସଦସ୍ୟ ଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ପୁଲିସ୍‌ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୩-ଏ, ୨୯୫ ଏବଂ ୫୦୫ ଦଫା ଅନୁଯାୟୀ ମାମଲା ରୁଜ୍ଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ, ଏହି ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇ ଥିବାରୁ ସଂପୃକ୍ତ ଅଞ୍ଚଳରେ ଉତ୍ତରପ୍ରଦେଶ ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe